ଆଜି ଇମ୍ରାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ, ବିରୋଧୀଙ୍କୁ କରିବେ ସାମ୍ନା

ଇସଲାମାବାଦ,୨୫ା୩: ବିରୋଧୀଙ୍କ ଦ୍ୱାରା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଶୁକ୍ରବାର ପାକିସ୍ତାନରେ ଏକ ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି। ଏହି ପ୍ରସଙ୍ଗରେ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଏକ ରିପୋର୍ଟ ଅନୁଯାୟୀ, ଜାତୀୟ ବିଧାନସଭା ସଚିବାଳୟ ପକ୍ଷରୁ କୁହାଯାଇଛି, ଆଜି ପୂର୍ବାହ୍ନ ୧୧ଟାରେ ଏହା ଉପରେ ଆଲୋଚନା ଆରମ୍ଭ କରିବାକୁ ବାଚସ୍ପତି ଅସଦ କୌସଦ ଅନୁମତି ଦେବେ। ଏହା ମଧ୍ୟ କୁହାଯାଇଛି ଯେ, ସଚିବାଳୟ ଦ୍ୱାରା ୧୫ ପଏଣ୍ଟ ଏଜେଣ୍ଡା ଜାରି କରାଯାଇଛି। ଯାହା ଆଜି ଆଲୋଚନା ହେବ। ଏଥିରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଏଠାରେ ଶୀଘ୍ର ନିର୍ବାଚନ ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

Share