Categories: ରାଜ୍ୟ

ଆଜି ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ, କର୍ମୀମାନଙ୍କୁ ମନ୍ତ୍ର ଦେବେ ନବୀନ

ଭୁବନେଶ୍ୱର,୧୪।୧୨(ଅନିଲ ଦାସ): ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ପୂର୍ବାହ୍ନରେ ଶଙ୍ଖ ଭବନରେ ଅନୁଷ୍ଠିତ ହେବ। ଏଥିରେ ସଭାପତି ନବୀନ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀମାନଙ୍କୁ ସମ୍ବୋଧନ କରିବେ। ରାଜ୍ୟ କାର୍ଯ୍ୟକାରିଣୀର ସମସ୍ତ ସଦସ୍ୟା, ସଦସ୍ୟଙ୍କ ସହ ସମସ୍ତ ବିଧାୟକ, ଏମ୍‌ପି, ରାଜ୍ୟ ଛାମୁଆ ସଙ୍ଗଠନର ସଭାପତି ଏବଂ ଆମନ୍ତ୍ରିତ ସାଙ୍ଗଠନିକ କର୍ମକର୍ତ୍ତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସର୍ବଭାରତୀୟ ସ୍ତରରେ ଏକ ପ୍ରମୁଖ ଆଞ୍ଚଳିକ ଦଳ ପାଲଟିଥିବା ବିଜେଡିର ୨୬ତମ ପୂର୍ତ୍ତି ଏବଂ ୨୭ତମ ପ୍ରତିଷ୍ଠା ଦିବସ ଆସନ୍ତା ୨୬ ଡିସେମ୍ବରରେ ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ଓ ପୌରାଞ୍ଚଳରେ ପାଳନ ପାଇଁ ଦଳର ସଭାପତି ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିଷ୍ଠା ଦିବସ ପାଳନରେ ବିଜୁ ଜନତା ଦଳର ସାମାଜିକ ପ୍ରତିବଦ୍ଧତାର ସ୍ମାରକୀ ସ୍ବରୂପ ବିଭିନ୍ନ ସ୍ଥାନରେ ରକ୍ତଦାନ, ବୃକ୍ଷରୋପଣ ଭଳି କେତେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Share