ଆମିଷ ବଜାର ଚଳଚଞ୍ଚଳ: ଜମୁଛି ବେପାର

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଆଜି ଛାଡ଼ଖାଇ। ପରମ୍ପରା ଅନୁସାରେ ପୂର୍ଣ୍ଣିମା ପରଦିନ ଛାଡ଼ଖାଇ । ହେଲେ ଗତକାଲି ଶନିବାର ଥିବାରୁ ଅଧିକାଂଶ ଘରେ ଆମିଷ କରାଯାଇ ନ ଥାଏ। ଏ ନେଇ ରବିବାର ଛାଡ଼ଖାଇ ପାଳନ ହେଉଛି । ପୂଣ୍ୟମାସରେ ଜୀବହତ୍ୟା ନିଷିଦ୍ଧ ମନା ଯାଉଥିବାରୁ ପୂର୍ଣ୍ଣିମା ପରେ ଲୋକେ ଆମିଷ ଖାଇଥାନ୍ତି। ଆଜି ଛାଡ଼ଖାଇ ପାଇଁ ଆମିଷ ବଜାର ଚଳଚଞ୍ଚଳ ହୋଇଉଠିଛି। ସକାଳୁ ସକାଳୁ ମାଂସ ଦୋକାନରେ ଭିଡ଼ ଲାଗିଛି। ସେହିପରି ମାଛ ବଜାରରେ ବି ଭିଡ଼ ଲାଗିଛି। ଗାଁ ଛକରେ ଥିବା ଚିକେନ ସେଣ୍ଟର, ମଟନ ଦୋକାନରେ ଲୋକଙ୍କ ଗହଳି ହୋଇଛି। ତେବେ ଦର ଟିକେ ଉଚ୍ଚା ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି।

Share