Categories: Video

ଆଜି ପହିଲି ରଜ

ପୁଣି ଆସିଛି ରଜ । ନାଚିଗାଇ, ପାନଖାଇ, ଦୋଳି ଖେଳି ମଉଜ କରିବାକୁ ମିଳିଛି ଅବସର । ନାନା ପ୍ରକାର ପିଠାପଣାର ମହକରେ ପୂରି ଉଠିଛି ଘର, ବାହାର । ପିଲାଠୁ ବୟସ୍କଙ୍କ ମନକୁ ଆପଣାଛାଏ ଆନ୍ଦୋଳିତ କରିଥାଏ ରଜ । ସାଙ୍ଗସାଥି, ଭାଇଭଉଣୀ, ପରିବାରବର୍ଗଙ୍କ ସହ ରଜ ପାଳିବା ବେଶ ନିଆରା ଆଉ ସ୍ମୃତିମୟ ହୋଇଥାଏ । ତେବେ ରଜ ପର୍ବର ମହତ୍ୱ କଣ ଚାଲନ୍ତୁ ଜାଣିବା ।