ଆଜି ଜାଗର: ଚଳଚଞ୍ଚଳ ଏକାମ୍ରକ୍ଷେତ୍ର

ଭୁବନେଶ୍ୱର,୮।୩(ଶର୍ମିଷ୍ଠା ପାଣିଗ୍ରାହୀ): ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ରାଜଧାନୀର ସମସ୍ତ ଶୈବପୀଠ। ଶିବଙ୍କ ମନ୍ତ୍ରଧ୍ୱନିରେ ଶୁକ୍ରବାର ଏକାମ୍ରକ୍ଷେତ୍ର କମ୍ପି ଉଠିବ। ପ୍ରଭୁ ଶ୍ରୀଲିଙ୍ଗରାଜଙ୍କଠୁ ନେଇ କପିଳେଶ୍ୱର, ମେଘେଶ୍ୱର, ମୁକ୍ତେଶ୍ୱର, କେଦାରଗୌରୀ, ବ୍ରହ୍ମେଶ୍ୱର, ଭାସ୍କରେଶ୍ୱର ଭଳି ଅନେକ ଶୈବପୀଠରେ ଶିବଙ୍କ ଆରାଧାନରେ ମଗ୍ନ ହେବେ ଭକ୍ତ। ପ୍ରଭୁ ଶିବଙ୍କ ପ୍ରତି ଥିବା ଅଖଣ୍ଡ ବିଶ୍ୱାସକୁ ଉପବାସ, ଭକ୍ତି, ଆରାଧନାର ସହ ଭକ୍ତମାନେ ପାଳନ କରିବେ। ମହାମୃତ୍ୟୁଞ୍ଜୟ ମନ୍ତ୍ର ସହ ଶିବଙ୍କ ମନ୍ତ୍ର ଓ ଭଜନରେ ଗୁଣୁଗୁଣୁ ହେବେ । ଏଥର ପ୍ରାୟ ସବୁଠି ରାତି ୯ଟାରୁ ନେଇ ୧୦ଟା ୩୦ ମଧ୍ୟରେ ମହାଦୀପ ଉଠିବ। ସମସ୍ତ ମନ୍ଦିରରେ ପ୍ରସାଦ ସେବନର ବ୍ୟବସ୍ଥା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଭାସ୍କରେଶ୍ୱର ମନ୍ଦିର: ୧୦ଟା ୧୫ରେ ଉଠିବ ମହାଦୀପ

ଭାସ୍କରେଶ୍ୱର ମନ୍ଦିରରେ ୧୦ଟା ୧୫ରେ ମହାଦୀପ ଉଠିବ। ଭୋର ୩ଟା ୩୦ରେ ମଙ୍ଗଳ ଆଳତି, ସକାଳ ୭ଟାରେ କର୍ପୁର ଆଳତି ଏବଂ ଅପରାହ୍ନ ୧ଟା ୩୦ରେ ରୁଦ୍ରାଭିଷେକ କରାଯିବ। ସା ୬ଟା ୩୦ରେ ଭଜନ ସମାରୋହ ହେବ। ରାତି ୧୦ଟା ୩୦ରେ ପ୍ରସାଦ ସେବନର ବ୍ୟବସ୍ଥା ରହିଛି।

ବ୍ରହ୍ମେଶ୍ୱରରେ ୧୦ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା

ଭୋର ୪ଟା ସୁଦ୍ଧା ବେଶ ନୀତି ସମ୍ପନ୍ନ ହେବ। ଭୋର ୪ରୁ ୬ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ନିମନ୍ତେ ଅନୁମତି ଦିଆଯିବ। ସେହିପରି ଅପରାହ୍ନ ୩ଟାରୁ ସାଢେ ୫ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ଶ୍ରଦ୍ଧାଳୁଙ୍କ ନିମନ୍ତେ ଉପଲବ୍ଧ ହେବ। ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ବେଦ ପାଠ କରାଯିବ। ସାରେ ଭଜନ କାର୍ଯ୍ୟକ୍ରମ ରହିଛି। ଏଥିରେ ମୁମ୍ବାଇର ଅନନ୍ତ ଭରଦ୍ବାଜଙ୍କ ସହିତ ଶୈଳଭାମା, ଆଦର୍ଶ, ଉର୍ମି, ତୃପ୍ତି ନାୟକ, ସତ୍ୟବ୍ରତ ମଲ୍ଲିକ ପ୍ରମୁଖ ବହୁ କଣ୍ଠଶିଳ୍ପୀ ଭଜନ ପରିବେଷଣ କରିବେ। ୧୦ଟା ୩୦ରେ ମହାଦୀପ ଉଠିବ। ପ୍ରାୟ ୧୦ ହଜାର ଶ୍ରଦ୍ଧାଳୁଙ୍କ ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି।

କପିଳେଶ୍ୱରରେ ୯ଟା ୫୬, ଭୀମେଶ୍ୱରରେ ୧୦ଟା ୩୦ରେ ଉଠିବ ମହାଦୀପ

କପିଳେଶ୍ୱର ମନ୍ଦିରରେ ୯ଟା ୫୬ରେ ମହାଦୀପ ଉଠିବ। ସମସ୍ତ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ସରି ପରେ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ସେହିପରି ଭୀମେଶ୍ୱର ମନ୍ଦିରରେ ରାତି ୧୦ଟା ୩୦ରେ ମହାଦୀପ ଉଠିବ। ପ୍ରାତଃ ୫ଘଟିକାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ନ ୨ଟାରୁ ସା ୬ଟା ୩୦ ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ପାଇଁ ସମସ୍ତ ସୁବିଧା କରାଯାଇଛି। ମହାଦୀପ ଉଠିବା ପରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

ଭରତପୁର କାଣ୍ଡକୁ ନେଇ ବଡ଼ ଖବର: ମିଳିଗଲା ଜାମିନ୍‌

ଭୁବନେଶ୍ୱର,୨୧॥୯: ମେଜରଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଶନିବାର ୭ଜଣ ରୋଡ୍‌ ରୋମିଓଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବନ୍ଧା ହେବାର ୪ଘଣ୍ଟା ନ...

ଭୁବନେଶ୍ୱରରେ ଏକାଠି ହୋଇଗଲେ ଶହ-ଶହ ପୋଲିସ, ସ୍ଥିତି ସାଂଘାତିକ!

ଭୁବନେଶ୍ୱର,୨୧।୯: ଘନେଇଲା ଭରତପୁର ପୋଲିସ-ସେନା ବିବାଦ। ଭୁବନେଶ୍ୱରରେ ଏକାଠି ହେଲେ ଶହଶହ ପୋଲିସ। ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରି ହଠାତ୍‌ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି...

ବନ୍ଧା ହେବା ପରେ ରୋଡ୍‌ ରୋମିଓଙ୍କ ଚାଞ୍ଚଲ୍ୟକର ବୟାନ! ସେଦିନ ରାତିରେ…

ଭୁବନେଶ୍ୱର,୨୧।୯: ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ହଇରାଣ କରିବା ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ଶେଷରେ ଗିରଫ କରିଛି ପୋଲିସ ।...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଭରତପୁର ଘଟଣା: ରାଜ୍ୟ ରାଜନୀତି ସରଗରମ: ପୂର୍ବତନ ପିସିସି ସଭାପତି କହିଲେ….

ଭୁବନେଶ୍ୱର,୨୧।୯: ରାଜ୍ୟ ରାଜନୀତିକୁ ସରଗରମ କରିଛି ଭରତପୁର ଘଟଣା। କିନ୍ତୁ ଚୁପ ବସିଛନ୍ତି ରାଜ୍ୟ ସରକାର । ଜେର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିଲେ...

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ୭ ରୋଡ୍‌ ରୋମିଓ ଗିରଫ

ଭୁବନେଶ୍ୱର,୨୧।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ସରଗରମ ରହିଛି। ଘଟଣାର ବିଭିନ୍ନ ଭିଡିଓ ଭାଇରାଲ ହେବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri