ଆଜି କାର୍ତ୍ତିକ ପୂର୍ଣ୍ଣିମା: ଡଙ୍ଗା ଭସାଇଲେ ଲୋକେ

ଭୁବନେଶ୍ୱର/କଟକ,୨୭ା୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ‘ଆ କା ବା ବୈ…ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର’ କହି ଗାଁଠୁ ସହର ଯାଏ ସମସ୍ତ ଲୋକେ ଡଙ୍ଗା ଭସାଇଛନ୍ତି ଲୋକେ। ଲିଙ୍ଗରାଜ ମନ୍ଦିର ନିକଟ ବିନ୍ଦୁସାଗରରେ ଆଜି ଭୋର୍‌ରୁ ଶହଶହ ଶ୍ରଦ୍ଧାଳୁ ଡଙ୍ଗା ଭସାଇଛନ୍ତି। ସେହିପରି କଟକର ଗଡ଼ଗଡ଼ିଆ ଘାଟରେ ମଧ୍ୟ ଶହଶହ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଉତ୍କଳୀୟ ନୌବାଣିଜ୍ୟ ପରାମ୍ପରାକୁ ମନେ ପକାଇ ଡଙ୍ଗା ଭସାଇଛନ୍ତି। ଆଜି କଟକର ପ୍ରସିଦ୍ଧ ବାଲିଯାତ୍ରା ଆରମ୍ଭ ହେଉଛି। ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Share