Categories: ଖେଳ

ଆଜି ଅନ୍ତିମ ଦିନିକିଆ: କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଓହ୍ଲାଇବ ଟିମ୍‌ ଇଣ୍ଡିଆ

ପୋର୍ଟ ଅଫ୍‌ ସ୍ପେନ୍‌,୨୬ା୭: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ଅନ୍ତିମ ମୁକାବିଲା ବୁଧବାର ଖେଳାଯିବ। ପ୍ରଥମ ୨ ମୁକାବିଲାକୁ ଜିତି ଭାରତ ପ୍ରଥମରୁ ସିରିଜରେ ବିଜୟ ହାସଲ କରିସାରିଛି। ଏବେ ସିରିଜର ଅନ୍ତିମ ମୁକାବିଲାକୁ ଜିତି କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ରହିଛି ଶିଖର ଧାଓ୍ବନଙ୍କ ଭାରତୀୟ ଦଳ। ସନ୍ଧ୍ୟା ୭ଟାରେ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ୬.୩୦ରେ ଟସ୍‌ ପଡ଼ିବ।

ଦଳଗତ ପ୍ରଦର୍ଶନ ଦେବାରେ ବିଫଳ ହୋଇଥିବା ଓ୍ବେଷ୍ଟ ଇଣ୍ଡିଜ୍‌ ଦଳ ବ୍ୟକ୍ତିଗତ ପ୍ରଦର୍ଶନ ଉପରେ ଅଧିକ ନିର୍ଭରଶୀଳ। ଶାଇ ହୋପ୍‌, ନିକୋଲାସ୍‌ ପୁରନ୍‌, ରୋମାନୋଭ୍‌ ପାଓ୍ବେଲ ଏବଂ ରୋମାରିଓ ଶେଫର୍ଡଙ୍କ ପ୍ରଦର୍ଶନ ଉପରେ ଦଳର ପ୍ରଦର୍ଶନ ଅଧିକ ନିର୍ଭରଶୀଳ। ହୋଲ୍ଡରଙ୍କ ପ୍ରତ୍ୟାବର୍ତ୍ତନ ଦଳକୁ ଅଧିକ ଶକ୍ତିଶାଳୀ କରିବା ନେଇ ଆଶା କରାଯାଉଛି। ବିଗତ ୮ଟି ଦିନିକିଆରେ ପରାଜୟ ପରେ ଦଳ ବିଜୟଧାରାକୁ ଫେରିବା ସହିତ କ୍ଲିନ୍‌ ସୁଇପ୍‌ ରୋକିବାକୁ ପ୍ରୟାସ କରିବ ବୋଲି କୁହାଯାଇଛି।

Share