Posted inଫୁରସତ

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ ପରବର୍ତ୍ତୀ ସମୟରେ ତାହା ଗୁରୁତର ଆକାର ଧାରଣ କରିବା ସହ ଅକାଳ ମୃତ୍ୟୁକୁ ଡାକିଆଣିଥାଏ। ଜନସାଧାରଣଙ୍କୁ ଏ ବିଷୟରେ ସଚେତନ କରିବା ଲାଗି ପ୍ରତିବର୍ଷ ମେ’ ୧୬ରେ ଆମ ଦେଶରେ ପାଳିତ ହୋଇଥାଏ ‘ଜାତୀୟ ଡେଙ୍ଗୁ ଦିବସ’। ଭାରତରେ ଅନେକ ଲୋକ ସ୍ବାସ୍ଥ୍ୟ ସମସ୍ୟା ପ୍ରତି ସଚେତନ ରହିଥିଲେ ମଧ୍ୟ କେତେଜଣ ଏହାକୁ ଗମ୍ଭୀରତା ସହ ନିଅନ୍ତି ନାହିଁ। ଡେଙ୍ଗୁକୁ ଯଦି ଅବହେଳା କରାଯାଏ ତେବେ ତାହା କି ଆକାର ଧାରଣକରେ ସେନେଇ ଅନେକ ନଜିର ରହିଛି। ତେଣୁ ଏହାର ଲକ୍ଷଣ ଏବଂ ଚିକିତ୍ସା ସମ୍ପର୍କରେ ଆମେ ଠିକ୍‌ଭାବେ ଅବଗତ ହେବା ନିହାତି ଦରକାର। ତେଣୁ ଜାତୀୟ ଡେଙ୍ଗୁ ଦିବସ ଅବସରରେ ଏହାର ସଚେତନତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଚଳିତ ବର୍ଷ ଉକ୍ତ ଦିବସର ଥିମ୍‌ ରହିଛି-”ସମାଜ ସହ ଜଡ଼ିତ ରହିବା; ଡେଙ୍ଗୁକୁ ନିୟନ୍ତ୍ରଣ କରିବା।“ ଜଣେ ବ୍ୟକ୍ତି ଡେଙ୍ଗୁରେ ଆକ୍ରାନ୍ତ ହେଲେ ଜ୍ୱରର ମାତ୍ରା ପ୍ରବଳ ରହେ। ବେଳେବେଳେ ଏହା ୧୦୪ ଡିଗ୍ରୀ ଫାରେନ୍‌ହାଇଟ୍‌ ପର୍ଯ୍ୟନ୍ତ ପହଞ୍ଚତ୍ୟାଏ। ଏହାର ପ୍ରମୁଖ ଲକ୍ଷଣ ହେଲା-ପ୍ରବଳ ମୁଣ୍ଡ ବିନ୍ଧିବା, ମାଂସପେଶୀ ଏବଂ ଅସ୍ଥିର ଯୋଡ଼ାସ୍ଥଳରେ ଯନ୍ତ୍ରଣା ଅନୁଭବ କରିବା, ବାନ୍ତି ଲାଗିବା ଏବଂ ବାନ୍ତି ହେବା। ଏସବୁ ଲକ୍ଷଣ ଦେଖିବା ମାତ୍ରେ ବିଳମ୍ବ ନ କରି ଆକ୍ରାନ୍ତ ବ୍ୟକ୍ତିଙ୍କୁ ତୁରନ୍ତ ନିକଟସ୍ଥ ହସ୍‌ପିଟାଲକୁ ନେଇଯିବା ଦରକାର। ଚିକିତ୍ସାରେ ଯଦି ବିଳମ୍ବ ହୁଏ ତେବେ ତାହା ଜୀବନନାଶକ ସାଜିପାରେ। ଏବେ ମଧ୍ୟ ଅନେକ ଦେଶରେ ଡେଙ୍ଗୁ ଏକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ରୂପେ ଦେଖାଯାଇଥାଏ। ତେଣୁ ଏ ବିଷୟରେ ସଚେତନ ରହିବା ନିହାତି ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟିହୀନ ଲୋକଙ୍କ ସାହାରା-ଧଳା ବାଡ଼ି

ପ୍ରତିବର୍ଷ ଅକ୍ଟୋବର ୧୫ରେ ସାରା ବିଶ୍ୱରେ ହ୍ବାଇଟ କେନ ଡେ’ ବା ବିଶ୍ୱ ଧଳା ବାଡ଼ି ଦିବସ ପାଳନ କରାଯାଏ। ଦୃଷ୍ଟିହୀନ ଓ କମ୍‌ ଦୃଷ୍ଟିସମ୍ପନ୍ନ...

ଏମିତି ଇସ୍ତଫା ପତ୍ର ଲେଖିଲେ କର୍ମଚାରୀ, ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୫।୧୦: ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଉପାୟରେ ଲେଖାଯାଇଥିବା ଚାକିରି ଅଫର କିମ୍ବା ଇସ୍ତଫା ପତ୍ର ଭାଇରାଲ ହୁଏ। କେତେକରେ, କର୍ମଚାରୀମାନେ ସେମାନଙ୍କର ଯନ୍ତ୍ରଣା...

ଝଙ୍କଡ଼ ଶାରଳା ପୀଠ

ରାଜ୍ୟର ପ୍ରମୁଖ ଦେବୀ ପୀଠ ମଧ୍ୟରେ ମା’ ଶାରଳାଙ୍କ ମନ୍ଦିର ଅନ୍ୟତମ। ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ କନକପୁରଠାରେ ଏହି ପୀଠ ଅବସ୍ଥିତ।...

ପର୍ଯ୍ୟଟକଙ୍କୁ ଟାଣି ଆଣେ କଣ୍ଟିଲୋ ନୀଳମାଧବ

ପର୍ଯ୍ୟଟକଙ୍କୁ ଟାଣି ଆଣିବା ପାଇଁ ନୟାଗଡ଼ ଜିଲାର କଣ୍ଟିଲୋରେ ରହିଛି ମନଲୋଭା ପର୍ଯ୍ୟଟନ ସ୍ଥଳ। ମହାନଦୀର ଦକ୍ଷିଣ ପାର୍ଶ୍ୱରେ ଜଗନ୍ନାଥ ସଂସ୍କୃତିର ଆଦି ପୀଠ କଣ୍ଟିଲୋ...

କୃଷ୍ଣଚୂଡାର ରଙ୍ଗ ଆଜି ଫିକା…ମନେ ପଡନ୍ତି ଖୋକା ଭାଇ

ଓଡ଼ିଆ ସଙ୍ଗୀତ ଦୁନିଆର ବେତାଜ୍‌ ବାଦଶାହା। ହେଲେ ଥିଲେ ମୁକୁଟ ବିହୀନ ସମ୍ରାଟ। କାଳଜୟୀ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି...

ପ୍ରକୃତିର ଅନନ୍ୟ ଉପହାର ପ୍ରଧାନପାଟ ଜଳପ୍ରପାତ

ପ୍ରକୃତିର ଅନନ୍ୟ ଉପହାର ହେଉଛି ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ। ଦେବଗଡ଼ ସହରରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳକୁ ବର୍ଷ ସାରା...

ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ତାମ୍ପରା ହ୍ରଦ

ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି। ଲେକ୍‌ ଭ୍ୟୁ ପାର୍କ ଓ ବୋଟିଂ ପାଇଁ ଏହି...

ସଚେତନତାକୁ ଗୁରୁତ୍ୱ ଦେବା ଆବଶ୍ୟକ

ପ୍ରତିବର୍ଷ ଅକ୍ଟୋବର ୧୨ ତାରିଖକୁ ‘ବିଶ୍ୱ ଗଣ୍ଠିବାତ ରୋଗ ଦିବସ’ (ଓ୍ବାଲର୍‌ଡ ଆର୍ଥ୍ରାଇଟିସ୍‌ ଡେ) ଭାବରେ ପାଳନ କରାଯାଇଥାଏ। ଏହି ଦିବସ ଅବସରରେ ଚଳିତବର୍ଷର ସ୍ଲୋଗାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri