ଆଜି ସିରିଶାଙ୍କ ମହାକାଶ ଯାତ୍ରା

ଭାରତୀୟ ବଂଶୋଦ୍ଭବ ସିରିଶା ବାନ୍ଦଲା ରବିବାର ଆମେରିକୀୟ ବିଲିୟନେୟାର ତଥା ଭର୍ଜିନ ଗାଲାକ୍ଟିକ୍‌ ମାଲିକ ରିଚାର୍ଡ ବ୍ରାନସନ୍‌ଙ୍କ ସହ ନ୍ୟୁ ମେକ୍ସିକୋରୁ ମହାକାଶକୁ ଯାତ୍ରା କରିବେ। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲାରେ ଜନ୍ମିତ ୩୪ ବର୍ଷୀୟ ଏରୋନଟିକାଲ ଇଞ୍ଜିନିୟର ସିରିଶା ଟେକ୍‌ାସ୍‌ ହ୍ୟୁଷ୍ଟନରେ ବଡ଼ ହୋଇଥିଲେ। ମହାକାଶ ଯାତ୍ରା କରିବାରେ କଳ୍ପନା ଚାଓ୍ବଲା ଏବଂ ସୁନିତା ଓ୍ବିଲିୟମ୍ସଙ୍କ ପରେ ସେ ତୃତୀୟ ଭାରତୀୟ ବଂଶୋଦ୍ଭବ ହେବେ। ଭର୍ଜିନ ଗାଲାକ୍ଟିକ୍‌ ସ୍ପେସ୍‌କ୍ରାଫ୍ଟରେ ସେ ରିସର୍ଚ୍ଚର ଏକ୍ସପେରିଏନ୍ସ ଦାୟିତ୍ୱ ତୁଲାଇବେ। ୨୦୨୧ ଜାନୁୟାରୀରେ ସିରିଶା ଭର୍ଜିନ ଗାଲାକ୍ଟିକ୍‌ର ଗର୍ଭନମେଣ୍ଟ ଆଫାୟର୍ସ ଆଣ୍ଡ୍‌ ରିସର୍ଚ୍ଚ ଅପରେଶନ ବିଭାଗ ଉପାଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ।

Share