Categories: ବାଣିଜ୍ୟ

ଆଜି ସ୍ମାଇଲ ଗୋଲ୍ଡର ୨ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୩୦।୩: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୨ୟ ବାର୍ଷିକ ଉତ୍ସବ ଗୁରୁବାର ପାଳନ ହେବ ବୋଲି ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଗ୍ରାହକମାନଙ୍କ ପାଇଁ ସୁନାଗହଣା ଉପରେ ଶୂନ ଗଢ଼ା ମୂଲ୍ୟ ସହ ହୀରା ଗହଣା, ରୁପା ଏବଂ ଜେମ୍‌ଷ୍ଟୋନ୍‌ ଓ ଘଣ୍ଟା ଆଦି ଉପରେ ଆକର୍ଷଣୀୟ ଅଫର ଦିଆଯାଉଛି। ବିଶେଷକରି ରୁପା ଅଳଙ୍କାରର ଗଢ଼ା ମଞ୍ଜୁରୀ ଉପରେ ଫ୍ଲାଟ୍‌ ୫୦% ଦିଆଯାଉଥିବା ବେଳେ ହୀରା ଗହଣାର ଉପରେ ଫ୍ଲାଟ୍‌ ୨୫%ର ରିହାତି ଏବଂ ବ୍ରାଣ୍ଡେଡ୍‌ ଘଣ୍ଟା ଉପରେ ଫ୍ଲାଟ୍‌ ୨୫% ରିହାତି ମିଳୁଥିବା ପ୍ରତିଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ବିଭିନ୍ନ ସାମଗ୍ରୀର ଫ୍ରେମ୍‌ ଉପରେ ଫ୍ଲାଟ୍‌ ୨୫%ର ରିହାତି ଗ୍ରାହକମାନଙ୍କୁ ଯୋଗାଇ ଦିଆଯାଉଛି। ଉଲ୍ଲେଖଯୋଗ୍ୟ, ପବିତ୍ର ରାମନବମୀରୁ ଉପରୋକ୍ତ ଅଫର ଚଳିତ ବର୍ଷର ଅକ୍ଷୟ ତୃତୀୟା ପର୍ଯ୍ୟନ୍ତ ଉପଲବ୍ଧ ସାଙ୍ଗକୁ ଗ୍ରାହକମାନଙ୍କ ପାଇଁ ଲକି ଡ୍ରର ସୁବିଧା ମଧ୍ୟ ରହିଛି। ଏପରିକି ପ୍ରତି ୨୦,୦୦୦ ଙଟଙ୍କାର କ୍ରୟ ଉପରେ ଏକ ଆକର୍ଷଣୀୟ ପୁରସ୍କାରର କୁପନ ମିଳିବ। ଉକ୍ତ କୁପନଧାରୀ ଲକି ଡ୍ର ଜରିଆରେ ଆକର୍ଷଣୀୟ ଡାଏମଣ୍ଡ ପେଣ୍ଡାଣ୍ଟ, ଫାଷ୍ଟଟ୍ରାକ୍‌ ଓ୍ବାଚ୍‌ ,ହୀରାମୁଦି, ମିକ୍ସର ଗ୍ରାଇଣ୍ଡର ଏବଂ ସ୍ବର୍ଣ୍ଣମୁଦ୍ରା ଭଳି ଅନେକ ଉପହାର ଜିତିବାର ସୁଯୋଗ ପାଇପାରିବେ ବୋଲି ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି।

Share