ଆଜି ଜନ୍ମଦିନ ପାଳୁଛି ରାଜଧାନୀ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ୩ ହଜାର ବର୍ଷର ପୁରୁଣା ସହର ଭୁବନେଶ୍ୱର ରାଜଧାନୀ ମାନ୍ୟତା ପାଇବାର ୭୩ବର୍ଷ ବିତିଛି। ୧୯୪୬ରେ ଜମାର୍ନୀର ସ୍ଥପତି ଅଟୋ କଏନ୍ସବର୍ଗର ଏଥିପାଇଁ ନକ୍ସା ପ୍ରସ୍ତୁତ କରିଥିଲେ। ୧୯୪୮ ଏପ୍ରିଲ ୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ନୂଆ ରାଜଧାନୀ ପ୍ରତିଷ୍ଠା ଫଳକ ସ୍ଥାପନା କରିଥିଲେ। ୪୨୨ ବର୍ଗ କି.ମି. ପରିମିତ ଏହି ସହରରେ ବିଧାନସଭା, ସଚିବାଳୟଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରହିଛି। ପୂର୍ବରୁ କଟକ ସହରକୁ ରାଜଧାନୀ ଭାବେ ବିବେଚିତ କରାଯାଉଥିଲେ ମଧ୍ୟ ସ୍ବାଧୀନତାର ଦୁଇବର୍ଷ ପରେ ଭୁବନେଶ୍ୱରକୁ ବିଧିବଦ୍ଧ ଭାବେ ରାଜଧାନୀ ମାନ୍ୟତା ମିଳିଥିଲା। ସୋମବାର ସହରବାସୀ ୭୩ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରୁଥିଲେ ମଧ୍ୟ କରୋନା ପାଇଁ ଟିକିଏ ଫିକା ପଡିଛି। ଚଳିତବର୍ଷ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ୩ଦିନ ବଦଳରେ ଗୋଟିଏ ଦିନରେ ସୀମିତ ରହିବ। ସେହିପରି ଭୁବନେଶ୍ୱରର ବିଭିନ୍ନ ସ୍କୁଲ୍‌ ଓ କଲେଜ ଛାତ୍ରଛାତ୍ରୀଙ୍କ ଦ୍ୱାରା ବେସାମରିକ ପାରେଡ଼ ହେବନାହିଁ। ସନ୍ଧ୍ୟାରେ ସୂଚନା ଭବନଠାରେ ୧୩ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ରାଜଧାନୀ ଗୌରବ ସମ୍ମାନ’ ପ୍ରଦାନ କରାଯିବ। ଏଥିସହ ଆଲୋଚନା ସଭା ଓ ଜନ୍ମଦିନ କେକ୍‌ ମଧ୍ୟ କଟାଯିବ।
ଏଥିପାଇଁ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ରାଜଧାନୀ ପ୍ରତିଷ୍ଠା ସ୍ଥଳକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି।

Share