ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜ୍ୟରେ ଏବେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି । ଯାହାକୁ ନେଇ ଆକ୍ସନ ମୋଡକୁ ରାଜ୍ୟ ସରକାର ଆସିଛନ୍ତି । ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସମୀକ୍ଷା ବୈଠକ କରିବେ। ରାଜ୍ୟରେ କରୋନା ସ୍ଥିତିକୁ ନେଇ ଏହି ବୈଠକ ବସିବାକୁଥିବା ବେଳେ ଏଥିରେ ମୁଖ୍ୟ ଶାସନ ସଚିବ, ଏସଆରସି, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ସୂଚନାଯୋଗ୍ୟ, କରୋନା ସଂକ୍ରମଣର୍ ଚେନ ଭାଙ୍ଗିବା ପାଇଁ କିଛି କଟକଣା ଲଗାଯାଇଛି। ଗହଳି ସ୍ଥାନ ଠାରୁ ଦୂରେଇ ରହିବା, ଆବଶ୍ୟକ ନ ଥିଲେ ବାହାରକୁ ନ ଯିବା । ନିୟମିତ ଭାବେ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଥିଲା । ସୋମବାର କୋଭିଡ଼ ସ୍ଥିତିର ସମୀକ୍ଷା କରି ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ଉପରେ ଫୋକସ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପୂର୍ବରୁ କରୋନା ସ୍ଥିତିର ସମୀକ୍ଷା କରି ଆଗାମୀ ୧୦ ଦିନ ମଧ୍ୟରେ ସମସ୍ତ କୋଭିଡ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ କହିଥିଲେ।