ଭୁବନେଶ୍ୱର,୧୦।୯: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଖିମ୍ଜୀ ଜୁଏଲର୍ସ ଝାରସୁଗୁଡା ଷ୍ଟୋର ଶନିବାର ତା’ର ପ୍ରଥମ ବାର୍ଷିକୀ ଉତ୍ସବ ପାଳନ କରିବ। ଏହି ପରିପ୍ରେକ୍ଷୀରେ ଖିମ୍ଜୀର ମୂଲ୍ୟବାନ୍ ଗ୍ରାହକଙ୍କ ପାଇଁ ସୁନା ଅଳଙ୍କାରର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍ ୩୦% ରିହାତି ରହିଥିବା ବେଳେ ହୀରା ଅଳଙ୍କାର ଉପରେ ଫ୍ଲାଟ୍ ୨୦%ର ରିହାତି ପ୍ରଦାନ କରାଯାଉଛି। ଏପରିକି ଗ୍ରାହକଙ୍କୁ ଦିଆଯାଇଥିବା ଅଫରରୁ ଲାଭବାନ୍ ହେବାର ଟିକେ ଅଧିକ ସୁଯୋଗ ଦେଇ ଖିମ୍ଜୀ ଜୁଏଲର୍ସ ତା’ର ଝାରସୁଗୁଡା ଷ୍ଟୋରରେ ଏହି ଅଫରର ବୈଧତା କେବଳ ସେହିଦିନରେ ସୀମିତ ନ ରଖି ଚଳିତ ବର୍ଷ ସେପ୍ଟେମ୍ବର ୯ ରୁ ୧୮ ପର୍ଯ୍ୟନ୍ତ ଉପଲବ୍ଧ କରାଇଛି। ଏ ସମ୍ପର୍କରେ ଖିମ୍ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍ଜୀ କହିଛନ୍ତି, ପାୱାର ସିଟିରେ ସଫଳତାର ପ୍ରଥମ ବର୍ଷ ପାଳନ କରି ଆମେ ଆନନ୍ଦିତ। ଏହି ବର୍ଷକ ମଧ୍ୟରେ ଆମକୁ ବିଶ୍ୱାସକରି ଏବଂ ଏହାକୁ ସମଗ୍ର ପଶ୍ଚିମ ଓଡ଼ିଶାର ସବୁଠାରୁ ବେଶି ଆଦୃତ ଅଳଙ୍କାର ବ୍ରାଣ୍ଡ ଭାବେ ପରିଣତ କରିଥିବାରୁ ଆମର ମୂଲ୍ୟବାନ୍ ଗ୍ରାହକଙ୍କ ନିକଟରେ ଆମେ କୃତଜ୍ଞ। ଆଗାମୀ ଦିନରେ ଖିମ୍ଜୀ ଜୁଏଲର୍ସ ଅଧିକରୁ ଅଧିକ ଗ୍ରାହକଙ୍କୁ ସେବା ଯୋଗାଇ ସେମାନଙ୍କ ସହ ନିଜର ଅଭିବୃଦ୍ଧି ଯାତ୍ରା ଜାରି ରଖିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।