Categories: ଜାତୀୟ

ଆଜି ମୁଲାୟମ ସିଂଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ:ଗରିବଙ୍କୁ ବଣ୍ଟାହେବ ଖାଦ୍ୟ ସାମଗ୍ରୀ

ଲକ୍ଷ୍ନୌ,୧୦।୧୦: ଆଜି ସମଗ୍ର ଦେଶରେ ସମାଜବାଦୀ ପାର୍ଟିର ପ୍ରତୀକ ମୁଲାୟମ ସିଂ ଯାଦବଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯିବ। ତାଙ୍କ ଜନ୍ମ ଗ୍ରାମ ସୈଫାଇଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ। ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏସପି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସହ ବରିଷ୍ଠ ଦଳର ନେତାମାନେ ଯୋଗଦେବେ। ସମଗ୍ର ରାଜ୍ୟରେ ସମାଜବାଦି ପାର୍ଟିର କାର୍ଯ୍ୟକର୍ତ୍ତା ମୁଲାୟମଙ୍କୁ ସ୍ମରଣ କରିବେ। ରକ୍ତଦାନ ଶିବିର ଆୟୋଜନ କରାଯିବ। ଡାକ୍ତରଖାନାଗୁଡ଼ିକୁ ଉପକରଣ ଦାନ ଦିଆଯିବ। ଗରିବ ଲୋକଙ୍କ ମଧ୍ୟରେ ଫଳ ଏବଂ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯିବ।

Share