Categories: ଖେଳ

ଆଜି ଆଇପିଏଲ୍‌ ନିଲାମି

ନୂଆଦିଲ୍ଲୀ,୨୩ା୧୨: ମାର୍ଚ୍ଚ ମାସ ସୁଦ୍ଧା ଟି୨୦ କ୍ରିକେଟ ମହାକୁମ୍ଭ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆରମ୍ଭ ହେବ। ଟୁର୍ନାମେଣ୍ଟ ପୂର୍ବରୁ ଶୁକ୍ରବାର ଅନୁଷ୍ଠିତ ହେବ ମିନି ଅକ୍ସନ(ନିଲାମି)। ଏହି ନିଲାମି ପାଇଁ ସମୁଦାୟ ୫୯୧ ଜଣ ଖେଳାଳି ଆବେଦନ କରିଥିବା ବେଳେ ଏହା ମଧ୍ୟରୁ ୪୦୫ ଜଣଙ୍କୁ ଶର୍ଟଲିଷ୍ଟ କରାଯାଇଛି। ଶୁକ୍ରବାରର ନିଲାମିରେ ୧୦ ଆଇପିଏଲ ଫ୍ରାଞ୍ଚାଇଜି ନିଜ ପସନ୍ଦର ଖେଳାଳିଙ୍କୁ ଦଳରେ ସାମିଲ କରିବେ। ତେବେ କୋଚିରେ ହେବାକୁ ଥିବା ନିଲାମିରେ ୫ ବିଦେଶୀ ଖେଳାଳି ବେନ୍‌ ଷ୍ଟୋକ୍ସ, ସାମ୍‌ କୁରାନ, କାମେରନ୍‌ ଗ୍ରୀନ୍‌, ନିକୋଲାସ ପୁରନ୍‌, ରିଲି ରୋଷୋଙ୍କ ଉପରେ ସବୁ ଫ୍ରାଞ୍ଚାଇଜିଙ୍କ ନଜର ରହିବ।

Share