
ଭୁବନେଶ୍ୱର,୩୦।୧: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା କରିଛନ୍ତି । ଯେଉଁମାନଙ୍କ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ ବା ଭାରତୀୟ ଜାତୀୟ ଦେୟ ନିଗମ ବା NPCI କ୍ଲିୟର ହୋଇନଥିବ ସେମାନଙ୍କ ଆକାଉଣ୍ଟକୁ ଯିବନି ସୁଭଦ୍ରା ଟଙ୍କା । ତେଣୁ ଏହା କରାଇବା ଜରୁରୀ ।
ବ୍ୟାଙ୍କରେ ଏ ନେଇ ସ୍ବତନ୍ତ୍ର ବ୍ୟବସ୍ଥର କରାଯାଇଛି । ଜାନୁଆରୀ ୨୯ ଓ ୩୦ ଅର୍ଥାତ ଆଜି ଓ ଆସନ୍ତାକାଲି ୨ ଦିନ ବ୍ୟାଙ୍କରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ତେବେ ଆଜି ହେଉଛି ତାହାର ଡେଡଲାଇନ । ସୁଭଦ୍ରା ପାଇଁ ଆବେଦନ କରିଥିବା ହିତାଧିକାରୀ ନିଜ ନିଜ ବ୍ୟାଙ୍କକୁ ଯାଇ NPCI କ୍ଲିୟର କରିପାରିବେ। ଯେଉଁମାନଙ୍କର NPCI କ୍ଲିୟର କରିବା ପାଇଁ ବ୍ୟାଙ୍କରୁ ଫୋନ ଯାଉଛି ସେମାନେ ନିଜ ନିଜ ବ୍ୟାଙ୍କ ଶାଖାକୁ ଯାଇ NPCI କ୍ଲିୟର କରିପାରିବେ । ତା ପରେ ଯାଇ ୪ର୍ଥ ପର୍ଯ୍ୟାୟ ଟଙ୍କା ଆସିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ନଚେତ ଚତୁର୍ଥ ପର୍ଯ୍ୟାୟରେ ସେମାନେ ଟଙ୍କା ପାଇବେ ନାହିଁ । ଆଜି ଶେଷ ତାରିଖ ଥିବାରୁ NPCI କ୍ଲିୟର ନକରିଲେ ପ୍ରଥମ ପର୍ଯ୍ୟାୟ ଟଙ୍କା ଆସିବ ନାହିଁ ।
ବର୍ତ୍ତମାନ ସୁଦ୍ଧା ମୋଟ ୧ କୋଟି ୭ ଲକ୍ଷ ୨୩ ହାଜର ୨୯୪ ଜଣ ସୁଭଦ୍ରା ଯୋଜନାରେ ସାମିଲ ହେବା ନେଇ ଆବେଦନ କରିସାରିଛନ୍ତି । ସେମାନଙ୍କ ମଧ୍ୟରୁ ୮୦ ଲକ୍ଷ ୨୯ ହଜାର ୭୪୧ ଜଣ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇସାରିଛନ୍ତି । ତେବେ ବଡ଼ କଥା ହେଉଛି ୩ ଲକ୍ଷ ୩୧ ହଜାର ୧୮୮ ଜଣଙ୍କ NPCI ଫେଲ ହୋଇଥିବାରୁ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇ ନାହିଁ । NPCI କ୍ଲିୟର ହେବା ପରେ ଯାଇ ସୁଭଦ୍ରା ଟଙ୍କା ଖାତାକୁ ଆସିବ । ନଚେତ ୪ର୍ଥ ପର୍ଯ୍ୟାୟରେ ବି ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବେ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଆଜି ଡେଡଲାଇନ ଥିବାରୁ ତୁରନ୍ତ ବ୍ୟାଙ୍କ ଯାଇ କରାଇ ନେବାକୁ ପଡିବ ।
ତେଣୁ ଯେଉଁ ହିତାଧିକାରୀଙ୍କୁ ବ୍ୟାଙ୍କରୁ ଫୋନ ଯାଇଛି ସେମାନେ ୩୦ ତାରିଖ ଅର୍ଥାତ ଆଜି ଭିତରେ ବ୍ୟାଙ୍କକୁ ଯାଇ ଏନପିସିଆଇ କ୍ଲିୟର କରିପାରିବେ । ଏହା ପରେ ଯାଇ ସେମାନଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଆସିବ ।