Categories: ଖେଳ

ଆଜି ଭାରତ-ନ୍ୟୁଜିଲାଣ୍ଡ ଶେଷ ଦିନିକିଆ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିବେ ମ୍ୟାଚ୍‌

ଇନ୍ଦୋର,୨୪।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ ଖେଳାଯିବ। ଦୁଇ ଦଳ ମଧ୍ୟରେ ଶେଷ ଦିନିକିଆ ମ୍ୟାଚ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ। ବର୍ତ୍ତମାନ ଟିମ ଇଣ୍ଡିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚ ଜିତି ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ଇନ୍ଦୋର ଏକଦିବସୀୟ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଭ୍ରମଣକାରୀ ଦଳ ବିପକ୍ଷରେ କ୍ଳିନ୍‌ସୁଇପ୍‌ କରିବା ଉଦ୍ଦେଶ୍ୟରେ ପଡ଼ିଆକୁ ପ୍ରବେଶ କରିବ, କିଭି ଦଳ ସମ୍ମାନ ରକ୍ଷା କରିବା ପାଇଁ ଖେଳିବ।
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ଭାରତୀୟ ସମୟ ଅପରାହ୍ନ ୧.୩୦ରେ ଆରମ୍ଭ ହେବ। ଟସ ମ୍ୟାଚର ଅଧ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ଦିନ ୧ଟାରେ ହେବ। ଏହି ମ୍ୟାଚ୍‌ର ସିଧା ପ୍ରସାରଣ ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ପ୍ରସାରଣ ହେବ। ଏହା ବ୍ୟତୀତ ମ୍ୟାଚ ଡିଡି ସ୍ପୋର୍ଟସରେ ସିଧା ପ୍ରସାରଣ ହେବ। ଡିଜନୀ ହଟଷ୍ଟାର୍‌ରେ ମଧ୍ୟ ଦର୍ଶକ ଅନଲାଇନ ଷ୍ଟ୍ରିମିଂ ମାଧ୍ୟମରେ ମ୍ୟାଚ ଉପଭୋଗ କରିପାରିବେ।

Share