ଭୁବନେଶ୍ୱର,୮ା୮(ବ୍ୟୁରୋ): ଆଜି ହେଉଛି ଶ୍ରାବଣର ଶେଷ ସୋମବାର। ଏନେଇ ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଭୁବନେଶ୍ୱରର ପ୍ରଭୁ ଲିଙ୍ଗରାଜ, କଟକର ବାବା ଧବଳେଶ୍ୱର, ଢେଙ୍କାନାଳର କପିଳାସ, ପୁରୀର ଲୋକନାଥ, ନୟାଗଡ଼ର ଲଡୁବାବାଙ୍କ ପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ଲାଗିଛି। ଭୋର୍ରୁ ମନ୍ଦିର ଖୋଲିବା ପରେ ମାନସିକଧାରୀମାନେ ଜଳାଭିଷକ କରୁଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଅନ୍ୟପକ୍ଷରେ ଆଜି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭୁବନେଶ୍ୱର ଗସ୍ତରେ ଆସିଥିବାରୁ ଲିଙ୍ଗରାଜଙ୍କ ପୀଠରେ ସାଧାରଣ ଦର୍ଶନ ବନ୍ଦ ରହିଛି। ଫଳରେ ଭକ୍ତମାନଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଛି।