ଆଜି ଶେଷ ପର୍ଯ୍ୟାୟ ଭୋଟ

ଭୁବନେଶ୍ୱର,୧ା୬(ଅନିଲ ଦାସ): ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଭୋଟ୍‌ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୬ ସଂସଦୀୟ କ୍ଷେତ୍ର ଓ ୪୨ ବିଧାନସଭା ଆସନରେ ଶନିବାର ମତଦାନ ହେବ। ସକାଳ ୭ଟାରୁ ସା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ। ଏହି ପର୍ଯ୍ୟାୟରେ ମୋଟ ୪୬୦ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ୬ ସଂସଦୀୟ କ୍ଷେତ୍ର ପାଇଁ ୬୬ ଜଣ ଏବଂ ୪୨ ବିଧାନସଭା ଆସନ ପାଇଁ ୩୯୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୯୯,୬୧,୦୫୭ ଭୋଟର ନିଜର ମତାଧିତ୍କାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୫୦,୮୮,୦୭୬ ପୁରୁଷ, ୪୮,୭୨,୨୯୪ ମହିଳା ଓ ୬୮୭ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। ୧୦,୮୮୨ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ହେବ। ୧୪୦୦ରୁ ଊର୍ଦ୍ଧ୍ୱ ମତଦାନ କେନ୍ଦ୍ର ସମ୍ପୂର୍ଣ୍ଣ ରୂପେ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ। ଏହି ପର୍ଯ୍ୟାୟରେ ପ୍ରାୟ ୨୦% ଆଦର୍ଶ ମତଦାନ କେନ୍ଦ୍ର (ମଡେଲ୍‌ ବୁଥ୍‌) କରାଯାଇଛି। ପ୍ରାୟ ୭୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହି ପର୍ଯ୍ୟାୟ ପାଇଁ ଭାରତର ନିର୍ବାଚନ କମିଶନ ୧୨ ଜଣ ସାଧାରଣ ପର୍ଯ୍ୟବେକ୍ଷକ, ୩ ଜଣ ପୋଲିସ ପର୍ଯ୍ୟବେକ୍ଷକ ଓ ୧୮ ଜଣ ବ୍ୟୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ମତଦାନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ରାଜ୍ୟ ପୋଲିସ ବ୍ୟତୀତ ୧୨୬ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି। ବାଲେଶ୍ୱର ଜିଲାରେ ୨୨ ସିଏପିଏଫ୍‌ ମୁତୟନ ହୋଇଥିବାବେଳେ ଭଦ୍ରକରେ ୧୬, କେନ୍ଦ୍ରାପଡ଼ାରେ ୧୮, ଜଗତ୍‌ସିଂହପୁର ୧୨, ମୟୂରଭଞ୍ଜରେ ୧୮, କଟକରେ ୧୨ ଏବଂ ପୁରୀ ଜିଲାରେ ୨୭ ସିଏପିଏଫ୍‌ ମୁତୟନ ହୋଇଛନ୍ତି। ପୂର୍ବରୁ ଯାଜପୁର ଜିଲାରେ ୨୦ କମ୍ପାନୀ ସିଏପିଏଫ୍‌ ମୁତୟନ ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ଏହି ଜିଲା ପାଇଁ ଅତିରିକ୍ତ ଆଉ ଏକ କମ୍ପାନୀ ସିଏପିଏଫ୍‌ ମୁତୟନ କରାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି।
ପ୍ରତି ମତଦାନ କେନ୍ଦ୍ରରେ ଜଣେ ଆଶାକର୍ମୀ ଓ ଜଣେ ଅଙ୍ଗନଓ୍ବାଡି କର୍ମୀ ରହିବେ। ସମ୍ଭାବ୍ୟ ଅଂଶୁଘାତର ଜରୁରୀ ଚିକିତ୍ସା ପାଇଁ ସେଠାରେ ଆବଶ୍ୟକ ଔଷଧ, ଓଆର୍‌ଏସ୍‌ ଆଦି ରହିବ। ପ୍ରତି ମତଦାନ କେନ୍ଦ୍ରରେ ସେକ୍ଟର ଅଫିସରଙ୍କ ସହ ଜଣେ ପାରା-ମେଡିକାଲ ଷ୍ଟାଫ୍‌ ଜରୁରୀ ଔଷଧପତ୍ର ସହିତ ରହିବେ। ବରିଷ୍ଠ ଭୋଟର ଓ ଭିନ୍ନକ୍ଷମ ଭୋଟରଙ୍କ ସହାୟତା ପାଇଁ ସ୍ବେଚ୍ଛାସେବୀମାନେ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri