Advertisement

ଆଜି ମନ୍ତ୍ରୀ ପରିଷଦ, କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): ବିଧାନସଭାର ବଜେଟ ଅଧିବେଶନ ଗତ ୨୫ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ୩୦ ତାରିଖରେ ରାଜ୍ୟ ସରକାର ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଗୃହରେ ବଜେଟ ଆଗତ କରିବେ। ତେବେ ରାଜ୍ୟ ସରକାର ଏଥର କାମଚଳା ବଜେଟ ଆଣିବା ଲାଗି ପ୍ରସ୍ତୁତି କରିଛନ୍ତି। ଆସନ୍ତା ୩ମାସ ଲାଗି ପ୍ରଥମେ ସରକାର ବଜେଟ ଆଣିବାକୁ ଯାଉଛନ୍ତି। ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ପରିଷଦ ଏବଂ କ୍ୟାବିନେଟ୍‌ ବୈଠକ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ୧୧.୩୦ ମିନିଟ୍‌ ସମୟରେ ରାଜ୍ୟ ଲୋକସେବା ଭବନରେ କ୍ୟାବିନେଟ୍‌ ବସିବାକୁ ଥିବାବେଳେ ଯେଉଁ ମନ୍ତ୍ରୀମାନେ ନିର୍ବାଚନମଣ୍ଡଳୀରେ ଥିବେ ସେମାନେ ଜିଲାପାଳଙ୍କ କାର୍ଯ୍ୟାଳୟରୁ ଭିଡିଓ କନ୍‌ଫରେନ୍ସରେ ଯୋଗ ଦେଇପାରିବେ। ଏହାସହ ବଜେଟ ସମ୍ପର୍କିତ ପ୍ରସ୍ତାବକୁ ପ୍ରଥମେ କ୍ୟାବିନେଟ୍‌ରେ ଅନୁମୋଦନ ମିଳିବା ପରେ ତାହା ଗୃହରେ ଆଗତ କରାଯିବ। କାମଚଳା ବଜେଟରେ କେବଳ ଆସନ୍ତା ୩ ମାସ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରଶାସନିକ ଖର୍ଚ୍ଚ ସହ ସରକାର କରିଥିବା ଋଣ ଶୁଝିବା ଲାଗି ଆବଶ୍ୟକ ଆର୍ଥକୁ ବଜେଟରେ ଅନୁମୋଦନ ମିଳିବ ବୋଲି ଜଣାପ଼ଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel