Categories: ଜାତୀୟ

ଆଜି ରାଷ୍ଟ୍ରପତିଙ୍କ ଜନ୍ମଦିନ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ

ନୂଆଦିଲ୍ଲୀ,୧ା୧୦: ଆଜି ୭୬ ବର୍ଷରେ ପାଦ ଥାପିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତାଙ୍କ ଜନ୍ମଦିନ ଅବସରରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟୁଇଟ୍‌ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି ।

ମୋଦି ଟୁଇଟ୍‌ କରି ଲେଖିଛନ୍ତି, ରାଷ୍ଟ୍ରପତି ତାଙ୍କର ନମ୍ର ବ୍ୟକ୍ତିତ୍ୱ ହେତୁ ସେ  ସମଗ୍ର ଦେଶ ପାଇଁ ପ୍ରିୟପାତ୍ର ପାଲଟିଛନ୍ତି। ସମାଜର ଗରିବ ବର୍ଗର ଲୋକଙ୍କ ସଶକ୍ତିକରଣ ଉପରେ ତାଙ୍କର ଗୁରୁତ୍ୱ ଆଦର୍ଶନୀୟ ଅଟେ। ଏହାସହ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କର ଦୀର୍ଘ ଏବଂ ସୁସ୍ଥ ନିରାମୟ ଜୀବନ କାମନା କରିଛନ୍ତି ।

ସେହିପରି ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ରାଷ୍ଟ୍ରପତିଙ୍କୁ ଟୁଇଟ୍‌ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଗୃହମନ୍ତ୍ରୀ ଟୁଇଟ୍‌ରେଲେଖିଛନ୍ତି, ‘ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ଉତ୍ତମ ସ୍ବାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପାଇଁ ମୁଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି’।

Share