ଭଦ୍ରକ ଅଫିସ, ୮।୧୦: ଭଦ୍ରକ ଜିଲା ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନର ଆଜି ଦ୍ୱିତୀୟ ଦିନ ଥିବା ବେଳେ ପ୍ରଥମ ଦିନରେ କେହି ପାର୍ଥିପତ୍ର ଦାଖଲ କରିନାହାନ୍ତି। ତେବେ କୌଣସି ଦଳ ପ୍ରାର୍ଥୀ ଘୋଷଣା କରି ନ ଥିବା ବେଳେ ପ୍ରଚାର ଆରମ୍ଭ କରିଦେଇଛନ୍ତି । ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ଧାମନଗର ବ୍ଲକରେ ଦଳୀୟ କର୍ମୀଙ୍କ ସହ ପ୍ରଚାର କରୁଛନ୍ତି।
ସେହିପରି ଭାଜପାର ରାଜ୍ୟ ପ୍ରଭାରୀ, ରାଜ୍ୟ ସଭାପତିଙ୍କ ସହ ବହୁ ବରିଷ୍ଠ ନେତା ଭଦ୍ରକରେ ଡେରା ପକାଇଲେଣି। ଶୁକ୍ରବାର ଧାମନଗରରେ ବିଜେଡିର ମାରାଥନ ବୈଠକ ବସିଥିଲା। ରାଜ୍ୟ ସଭା ସଦସ୍ୟ ସୁଲତା ଦେଓ ଓ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ମଧ୍ୟ ବୈଠକରେ ଯୋଗ ଦେଇଥିଲେ। ଅନ୍ୟପକ୍ଷେ ଜନସମ୍ପର୍କ ପଦଯାତ୍ରାରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ ପ୍ରମୁଖ ସାମିଲ ହୋଇଥିଲେ।