ଆଜି ବିଶ୍ୱ ପଖାଳ ଦିବସ: ଆସ ଜୀବନ ଧନ ମୋ ପଖାଳ କଂସା…

ଭୁବନେଶ୍ୱର,୨୦।୩ (ବ୍ୟୁରୋ): ଓଡ଼ିଆ ଜନଜୀବନ ସହିତ ପଖାଳର ସମ୍ପର୍କ ବହୁ ନିବିଡ଼ ଓ ପୁରାତନ। ଓଡ଼ିଆ ପ୍ରାଣର ପ୍ରତୀକ ହେଉଛି ପଖାଳ। ଗାଁ ହେଉ ଅବା ସହର ଯେଉଁଠାରେ ବି ଓଡ଼ିଆ ଲୋକ ରୁହନ୍ତୁ ନା କାହିଁକି ପଖାଳ ପ୍ରତି ଥିବା ଲାଳସା କିନ୍ତୁ କମି ନ ଥାଏ। ତେଣୁ ଓଡ଼ିଆ ସଂସ୍କୃତିରେ ପଖାଳର ଗୁରୁତ୍ୱକୁ ଆହୁରି ବଢ଼ାଇବା ପାଇଁ ମାର୍ଚ୍ଚ ୨୦କୁ ‘ପଖାଳ ଦିବସ’ ରୂପେ ପାଳନ କରାଯାଉଛି। ଏହି ଦିନରେ ଓଡ଼ିଆ ସଂସ୍କୃତିରେ ପଖାଳର ମହତ୍ତ୍ୱକୁ ନେଇ ସ୍ବର୍ଗତ ବାଳକୃଷ୍ଣ ଦାସଙ୍କ ‘ଆସ ଜୀବନ ଧନ ମୋ ପଖାଳ କଂସା’ ଗୀତ ମନେ ପଡ଼ିଯାଉଛି।
ଗାଁ ଝୁମ୍ପୁଡି ଘର ହାଣ୍ଡିଶାଳର ଶୋଭା ବଢାଉଥିବା ପଖାଳ ମୋହରେ କେବଳ ମଣିଷ ପଡିନାହାନ୍ତି, ବରଂ ସ୍ବୟଂ ପ୍ରଭୁ ଶ୍ରୀଜଗନ୍ନାଥ ବି ପଖାଳ ମୋହରେ ମୋହିତ। ସେଥିପାଇଁ ତ ବର୍ଷ ତମାମ ଦାରୁ ଦିଅଁଙ୍କ ପାଖରେ ପଖାଳ ଭୋଗ ହେଉଛି। ଜଗନ୍ନାଥଙ୍କର ଛପନ ଭୋଗ ମଧ୍ୟରେ ପଖାଳର ସ୍ଥାନ ସ୍ବତନ୍ତ୍ର ରହିଛି।
ବର୍ତ୍ତମାନର ଫାଷ୍ଟଫୁଡ୍‌ ଯୁଗରେ ବି ଏହାର ଆଦର କମିନି। ସହରର ଚାକଚକ୍ୟ ସହ ଦେଶୀ, ବିଦେଶୀ ଖାଦ୍ୟ ଭିତରେ ବି ରାଜଧାନୀବାସୀ ପଖାଳ ଖୋଜୁଛନ୍ତି। ସବୁଦିନ ନ ହେଲେ ବି ନିୟମିତ ବ୍ୟବଧାନରେ ଏହାର ମଜା ନେଉଛନ୍ତି। ବିଶେଷକରି ଏବେ ପ୍ରବଳ ଖରା ହେଉଥିବାରୁ ଲୋକଙ୍କର ପଖାଳ ପ୍ରଥମ ପସନ୍ଦ ପାଲଟିଛି। ଫଳରେ ସହରର ଛୋଟଠାରୁ ବଡ଼ ବଡ଼ ତାରକା ହୋଟେଲରେ ରାଜ୍‌ କରୁଛି ପଖାଳ। ବଡ଼ବଡ଼ିଆଙ୍କର ମଧ୍ୟ ଅଧିକ ଡିମାଣ୍ଡ ରହୁଛି। ଲୋକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଦହି ପଖାଳ, ସଜ ପଖାଳ, ଛୁଙ୍କ ପଖାଳ, ବାସି ବା ଖଟା ପଖାଳ ଏବଂ ପରିବା ପଖାଳ ପରି ଅନେକ କିସମର ପଖାଳ ଉପଲବ୍ଧ ହେଉଛି। ସୋରିଷ, ଶୁଖିଲା ଲଙ୍କା, ଭୃସଙ୍ଗପତ୍ର ସହ ଦହି ଛୁଙ୍କ ଦିଆ ଦହି ପଖାଳର କ୍ରେଜ୍‌ ଅଧିକ ରହିଥିବା ଦେଖାଯାଉଛି। ଦହିପଖାଳ ସଙ୍ଗକୁ ଶାଗ ଭଜା, ଛତୁ ଭଜା, ବାଇଗଣ ଭରତା, ବଡିଚୂରା ଓ ଭଜା ଖାଇବାର ମଜାକୁ ବଢ଼ାଇ ଦେଉଛି। ସେହିପରି ଆମିଷ ଖାଉଥିବା ଲୋକଙ୍କ ପାଇଁ ଚୂନା ଓ ବଡ ମାଛ ଭଜା ରହିଥିବା ମ୍ୟାରିୟନ ହୋଟେଲ ପକ୍ଷରୁ କୁହାଯାଇଛି। ପ୍ରତିବର୍ଷ ପଖାଳ ଦିବସକୁ ଦୃଷ୍ଟିରେ ରଖି ବିଭିନ୍ନ ହୋଟେଲରେ ଅନେକ ବ୍ୟବସ୍ଥା କରାଯାଇଥାଏ। ମାତ୍ର ଚଳିତବର୍ଷ କରୋନା କାରଣରୁ କେତେକ ହୋଟେଲରେ ପଖାଳ ବ୍ୟବସ୍ଥା କରାଯାଇଥିବାବେଳେ ଅଧିକାଂଶ ହୋଟେଲରେ ସ୍ବତନ୍ତ୍ର ଆୟୋଜନ ନ ଥିବା ଜଣାପଡିଛି। ସେହିଭଳି ରାଜଧାନୀରେ ପଖାଳର ହବ୍‌ କୁହାଯାଉଥିବା ଏକାମ୍ର ହାଟରେ ମଧ୍ୟ ଏବର୍ଷ ସେପରି ଆୟୋଜନ ନ ଥିବା ଦେଖିବାକୁ ମିଳିଛି। ମୁଖ୍ୟତଃ ସାଧାରଣ ଲୋକଙ୍କ ପକେଟ୍‌କୁ ସୁହାଇଲା ଭଳି ଦାମ୍‌ ସହ ପୂରା ପରିବାର ଏକାସାଙ୍ଗରେ ପଖାଳର ମଜା ଉଠାଇବାକୁ ଏଠାକୁ ଆସନ୍ତି। ଏଠାରେ ଥିବା କାକା, ପେଟପୂଜା ଭଳି ହୋଟେଲରେ ପ୍ରତିବର୍ଷ ପଖାଳ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥାଏ। ମାତ୍ର ନବୀକରଣ ନାମରେ ଦୀର୍ଘଦିନ ହେବ ଏକାମ୍ର ହାଟ ବନ୍ଦ ରହିଥିବାରୁ ଲୋକଙ୍କୁ ନିରାଶ ହେବାକୁ ପଡିଛି।

ତୋରାଣି ମୁନ୍ଦାଏ ପିଇଦେଲେ ଓଃ କି ଶାନ୍ତି
ଯେତେ ଯାହା ଖାଇଲେ ବି ମୁଠାଏ ପଖାଳ ଖାଇ ତୋରାଣିରୁ ମୁନ୍ଦାଏ ପିଇଦେଲେ ଯେତିକି ଆନନ୍ଦ ମିଳେ ତାହା ଆଉ କେଉଁ ଖାଦ୍ୟରେ ମିଳେ ନାହିଁ। ବିଶେଷ କରି ଖରାଦିନେ ପାଖାଳ ଖାଇଦେଲେ ପରେ ଓଃ କି ଶାନ୍ତି। ପଖାଳ ଆମ ଓଡ଼ିଆ ପ୍ରାଣର ଆତ୍ମା କହିଲେ ଭୁଲ୍‌ ହେବ ନାହିଁ। ଏହା ଆମ ଓଡ଼ିଆ ଘରର ପରିଚୟ।
-ରାଜେନ୍ଦ୍ର ସାହୁ, କର୍ମଜୀବୀ

ପଖାଳ ସାଙ୍ଗକୁ ବଡ଼ିଚୂରା, ଚୂନା ମାଛ ପସନ୍ଦ
ବାହାଘର ପରେ ମୋତେ ଓଡ଼ିଶା ଛାଡି କଲିକତା ଯିବାକୁ ପଡିଲା। ହେଲେ ମୁଁ ପଖାଳକୁ କେବେ ବି ଛାଡିପାରି ନାହିଁ। ପଖାଳ ମୋର ଓ ମୋ ସ୍ବାମୀଙ୍କର ପ୍ରିୟ ଖାଦ୍ୟ। ତା’ ସାଙ୍ଗକୁ ବଡିଚୁରା ଆଉ ଚୂନା ମାଛ ଭଜା ମୋର ଭାରି ପସନ୍ଦ। ସବୁଦିନ ନ ହେଲେ ବି ଛୁଟିଦିନରେ ମୁଁ ଘରେ ପଖାଳ କରିଥାଏ।
-ରଶ୍ମିରେଖା ଦାସ, ଗୃହିଣୀ

ଓଡ଼ିଆ ଘରର ନିତିଦିନିଆ ଖାଦ୍ୟ
ଏହାତ ଓଡ଼ିଆ ଘରର ନିତିଦିନିଆ ଖାଦ୍ୟ। କେତେ ଲୋକ ଅଛନ୍ତି, ଯେଉଁମାନେ ଆଧୁନିକତା ନାମରେ ପଖାଳକୁ ଖାଇବାକୁ ପସନ୍ଦ କରୁନାହାନ୍ତି। କିନ୍ତୁ ଯେତେ ଆଧୁନିକ ହେଲେ ବି ଆମେ ଆମ ଅସ୍ମିତାକୁ ଭୁଲିଯିବା ଉଚିତ ନୁହେଁ। ପଖାଳ ଖାଇବା ପାଇଁ ଦିବସଟି ପାଳନ କରିବା ନିଶ୍ଚିତ ଭଲ କଥା। ମୁଁ ମଧ୍ୟ ପଖାଳ ଖାଇ ପାଳିବି, ଅନ୍ୟମାନେ ମଧ୍ୟ ପଖାଳ ମଜା ନେବା ଉଚିତ।
-ନଟବର ବେହେରା, କର୍ମଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ଅଜା, ଆଈ ଭରସାରେ ଭିନ୍ନକ୍ଷମ ଜଗଦୀଶ

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ମା’ବାପା ମାନସିକ ରୋଗାକ୍ରାନ୍ତ ହୋଇଥିବାବେଳେ ସେମାନଙ୍କର ୫ ବର୍ଷର ଭିନ୍ନକ୍ଷମ ଶିଶୁପୁତ୍ର ଅଜା, ଆଈଙ୍କ ଭରସାରେ ଜୀବନ ବିତାଉଛନ୍ତି। ଏଭଳି...

ବରଗଡ଼ର ଅଧିଷ୍ଠାତ୍ରୀ ମା’ ସମଲେଇଙ୍କ ଶୀତଳ ଯାତ୍ରା, ଏକ ଅନନ୍ୟ ପରମ୍ପରା

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ଶୀତଳ ଯାତ୍ରା ଏକ ଅନନ୍ୟ ପରମ୍ପରା। ପ୍ରତିବର୍ଷ ଚୈତ୍ର ମାସ ମଙ୍ଗଳବାର ଏହା ଅନୁଷ୍ଠିତ ହୋଇଥାଏ...

ବାଙ୍କେଶ୍ବରୀଙ୍କ ଦର୍ଶନ କରି ଫେରିବାବେଳେ ଅଘଟଣ: ଘାଟିରେ ଓଲଟିଲା ପିକଅପ୍‌ ଭ୍ୟାନ, ୨୫ରୁ ଅଧିକ ଆହତ

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ନିକଟ ବାଙ୍କେଶ୍ୱରୀ ଘାଟିରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଏକ ପିକଅପ୍‌...

ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର: ବିଜେଡି କଲା ସ୍ବାଗତ

ଭୁବନେଶ୍ୱର,୧୮।୩: ବହୁ ଚର୍ଚ୍ଚିତ ନବଦାସ ହତ୍ୟାକାଣ୍ଡ ମାମଲାରେ ଆଇନ ମନ୍ତ୍ରୀଙ୍କ ବୟାନ ପରେ ବିଜେଡିର ପ୍ରତିକ୍ରିୟା ଦେଇଛି। ବିଜେଡି କହିଛି, ପୂର୍ବରୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ...

ଅଫିସ୍‌ର ଜଣେ ମହିଳା କର୍ମଚାରୀଙ୍କୁ ଧରି ସ୍ବାମୀ ଫେରାର, ଥାନାରେ ଅଭିଯୋଗ କରି ସ୍ତ୍ରୀ କହିଲେ…

ଭୁବନେଶ୍ୱର,୧୮।୩: ସ୍ବାାମୀ ଫେରାର ନେଇ ଥାନାରେ ଅଭିଯୋଗ କଲେ ସ୍ତ୍ରୀ। ଭୁବନେଶ୍ୱର ଚନ୍ଦକା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ସ୍ବାମୀ ଗତ ୧୬ ତାରିଖରୁ...

ମହାନଦୀ ଅବବାହିକାରେ ୭ ବ୍ୟାରେଜ୍ ନିର୍ମାଣ କରିବେ ଓଡ଼ିଶା ସରକାର

ଭୁବନେଶ୍ୱର,୧୮।୩: ଜଳ ଉପଲବ୍ଧତା ଏବଂ ପରିଚାଳନା ବୃଦ୍ଧି ପାଇଁ ମହାନଦୀର ଶାଖା ନଦୀଗୁଡ଼ିକରେ ୭ଟି ନୂତନ ବ୍ୟାରେଜ୍ ନିର୍ମାଣ କରିବାକୁ ଓଡ଼ିଶା ସରକାର ଘୋଷଣା କରିଛନ୍ତି।ପଞ୍ଚାୟତିରାଜ...

ଆସୁଛି ବଡ଼ ବର୍ଷା: ଏହି ସବୁ ଜିଲାରେ ପ୍ରବଳ ଛେଚିବ, ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୮।୩: ଆସୁଛି କାଳବୈଶାଖୀ। ଏହାର ପ୍ରଭାବରେ ରାଜ୍ୟରେ କମିବ ତାତି। ଆଶ୍ୱସ୍ତ ହେବେ ରାଜ୍ୟବାସୀ। ଗୁରୁଚାପ ବଳୟ ସାଙ୍ଗକୁ ଟ୍ରାପ ଲାଇନ ପ୍ରଭାବରେ ଆସନ୍ତା ୨୦ରୁ...

ପ୍ରଥମ ଶ୍ରେଣୀରେ ପ୍ରବେଶ ପାଇଁ ସର୍ବନିମ୍ନ ବୟସ ସୀମା ଧାର୍ଯ୍ୟ କଲେ ସରକାର

ଭୁବନେଶ୍ୱର,୧୮।୩: ଓଡ଼ିଶା ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି (NEP) 2020 କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଏକ ଅଂଶ ସ୍ୱରୂପ, ପ୍ରଥମ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image