ଆଜି ବିଶ୍ୱ ଆତ୍ମହତ୍ୟା ନିରୋଧୀ ଦିବସ : ମାନସିକ ଅବସାଦ ଦୂର କରୁଛି ସୋସିଆଲ ମିଡିଆ

ଭୁବନେଶ୍ୱର,୧୦।୯(ଅନୁରାଧା ମହାରଣା)ମାନସିକ ଅବସାଦ କାରଣରୁ ଯୁବପିଢ଼ି ଅନେକ ସମୟରେ ଆମତ୍ହତ୍ୟା ପରି ଚରମ ପଦକ୍ଷେପ ନେଉଛନ୍ତି। ତେବେ ଏହି ମାନସିକ ଅବସାଦ ପଛରେ ବିଭିନ୍ନ କାରଣ ରହୁଛି। ଆର୍ଥିକ, ପାରିବାରିକ ଓ ସାମାଜିକ ସମସ୍ୟା, ପ୍ରେମ ବା ବିବାହଜନିତ ସମସ୍ୟା, ଲୋକଲଜ୍ଜା ଭୟ, ଅସହ୍ୟ ରୋଗଯନ୍ତ୍ରଣା, ପରୀକ୍ଷା ବା ନିଯୁକ୍ତି କ୍ଷେତ୍ରରେ ବିଫଳତା ଅନେକ ସମୟରେ ଲୋକଙ୍କ ଜୀବନ ନେଉଛି। ତେବେ ବର୍ତ୍ତମାନ ଯୁଗରେ ସୋସିଆଲ ମିଡିଆର ଅତ୍ୟଧିକ ବ୍ୟବହାର ଯୋଗୁ ସୃଷ୍ଟି ହେଉଥିବା ମାନସିକ ଚାପ ଆତ୍ମହତ୍ୟା ପ୍ରବଣତା ବୃଦ୍ଧିର ଅନ୍ୟତମ କାରଣ ପାଲଟିଛି। ଅନ୍‌ଲାଇନ୍‌ ବେଟିଂ, ଅନଲାଇନ୍‌ ଗେମିଂ ଆଦି ନିଶାରେ ପଡ଼ି ଯୁବପିଢ଼ି ଆର୍ଥିକ ଠକେଇରେ ପଡ଼ୁଛନ୍ତି। ପୂର୍ବରୁ କେତେକ ଗେମିଂ ପିଲାଙ୍କୁ ମୃତ୍ୟୁର ଚ୍ୟାଲେଞ୍ଜ ଦେଇ ସେମାନଙ୍କୁ ମରଣ ମୁହଁକୁ ଠେଲିଦେଉଥିବା ମଧ୍ୟ ତଥ୍ୟ ରହିଛି। ସାଧାରଣତଃ ମାନସିକ ଅବସାଦରେ ରହୁଥିବା ବ୍ୟକ୍ତି ନିଜ ମନ କଥା ଅନ୍ୟ କାହା ପାଖରେ ପ୍ରକାଶ ନ କରିପାରିଲେ ମୁଖ୍ୟତଃ ଏପରି ଚରମ ନିଷ୍ପତ୍ତି ନିଅନ୍ତି। ତେଣୁ ଏଭଳି ସମୟରେ ସୋସିଆଲ ମିଡିଆ ହିଁ ଅନେକ ଯୁବପିଢ଼ିଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେଉଛି। ସେପ୍ଟେମ୍ବର ୧୦ ବିଶ୍ୱ ଆତ୍ମହତ୍ୟା ନିରୋଧୀ ଦିବସ ଅବସରରେ ଧରିତ୍ରୀର ସ୍ବତନ୍ତ ଉପସ୍ଥାପନା।
ଗୁଗଲ ବଞ୍ଚାଉଛି ଜୀବନ
ମାନସିକ ଦୁଶ୍ଚିନ୍ତା ବା ମାନସିକ ଭାରସାମ୍ୟ ହରାଇ ଅନେକ ସମୟରେ ଲୋକେ ନିଜ ଜୀବନ ହାରିବାକୁ ଚେଷ୍ଟା କରନ୍ତି। ଏଥିପାଇଁ ଅନେକେ ଗୁଗଲରେ ମୃତ୍ୟର ସହଜ ଉପାୟ ସର୍ଚ୍ଚ କରିଥା’ନ୍ତି। ଏପରି ସମୟରେ ଗୁଗଲ ବିଭିନ୍ନ ଓ୍ବେବ୍‌ସାଇଟରେ ଜାରି କରାଯାଇଥିବା ଟୋଲ ଫ୍ରି ନଂ. ସମ୍ପର୍କରେ ୟୁଜର୍ସଙ୍କୁ ସୂଚନା ଦେଇଥାଏ। ଉକ୍ତ ନମ୍ବରରେ କଲ୍‌ କରିବା ଦ୍ୱାରା ବିପରୀତ ପାର୍ଶ୍ୱରେ ମାନସିକ ବିଶେଷଜ୍ଞ ବା କାଉନ୍‌ସେଲରଙ୍କ ସହ ମାନସିକ ଭାବେ ଆଘାତ ପାଇଥିବା ବ୍ୟକ୍ତି କଥା ହେବାକୁ ସୁଯୋଗ ପାଇଥା’ନ୍ତି। ମୃତ୍ୟୁର ଉପାୟ ଖୋଜୁଥିତ୍ବା ବ୍ୟକ୍ତି ଏହି ମାଧ୍ୟମରେ ଜୀବନ ବଞ୍ଚତ୍ବାର ଉପାୟ ପାଇଥାନ୍ତି।

ପ୍ରମୁଖ ଭୂମିକା ନେଉଛନ୍ତି ମୋଟିଭେଶନାଲ ସ୍ପିକର

ଆତ୍ମହତ୍ୟା ପ୍ରବଣତା ଦୂର କରିବାରେ କରିବାରେ ପରିବାର, ବନ୍ଧୁବର୍ଗ ସଫଳ ହୋଇପାରୁ ନ ଥିବାବେଳେ ମୋଟିଭେଶନାଲ ସ୍ପିକରମାନେ ଏ କ୍ଷେତ୍ରରେ ବଡ଼ ଭୂମିକା ନେଉଛନ୍ତି। ଇନ୍‌ଷ୍ଟାଗ୍ରାମ, ଫେସବୁକ୍‌, ୟୁଟ୍ୟୁବ ଭଳି ପ୍ରମୁଖ ସୋସିଆଲ ମିଡିଆ ଆପ୍‌ରେ ମୋଟିଭେଶନାଲ ସ୍ପିକରମାନେ ଦୁର୍ବଳମନା ବ୍ୟକ୍ତିଙ୍କୁ ସାହସ, ଜୀବନ ବଞ୍ଚତ୍ବାର ସକାରାମତ୍କ ଦିଗ, ବିଭିନ୍ନ ସମସ୍ୟାରୁ ବାହାରକୁ ଆସିବାକୁ ମନୋବଳ ବଢ଼ାଉଛନ୍ତି। ଅଳ୍ପ କିଛି ସେକେଣ୍ଡ ଅବଧିର ଭିଡିଓ ହେଉ ବା ଦୀର୍ଘ ଅବଧି ବିଶିଷ୍ଟ ପରାମର୍ଶ, ବହୁ ମୂଲ୍ୟବାନ ଜୀବନ ବଞ୍ଚାଇଦେଉଛି। ବିଶେଷକରି କେତେଜଣ ଲେଖକ, ଡାକ୍ତର, ଖବରଦାତା, ସାମାଜିକ କର୍ମୀ, ଆଧ୍ୟାମତ୍ିକ ପ୍ରବକ୍ତା ନିଜ ଭିଡିଓରେ ସକାରାମତ୍କ ବାର୍ତ୍ତା ଦେଇ ପରୋକ୍ଷରେ ଲୋକଙ୍କ ମନକୁ ବଦଳାଇ ନୂଆ ଜୀବନ ଦେଉଛନ୍ତି।

Share