ଆଜି ଜେଇଇ ଆଡ୍‌ଭାନ୍ସଡ୍‌

ଭୁବନେଶ୍ବର, ୪।୬(ବ୍ୟୁରୋ): ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି)ଗୁଡ଼ିକରେ ନାମଲେଖା ପାଇଁ ଜେଇଇ ଆଡ୍‌ଭାନ୍ସଡ୍‌ ପରୀକ୍ଷା ରବିବାର ଅନୁଷ୍ଠିତ ହେବ। ଅଢ଼େଇ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ଏହି ପ୍ରପେଶିକା ପରୀକ୍ଷା ପାଇଁ ମନୋନୀତ ହୋଇଥିବାବେଳେ ଆଡ୍‌ମିଟ୍‌ କାର୍ଡ ଅନ୍‌ଲାଇନ୍‌ରେ ଉପଲବ୍ଧ ହୋଇଛି। ସକାଳ ୯ଟାରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ପେପର୍‌-୧ ଓ ଅପରାହ୍ନ ୨ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ପେପର୍‌-୨ ପରୀକ୍ଷା ଚାଲିବ। ପରୀକ୍ଷା ହଲ୍‌ରେ ପ୍ରବେଶ ପାଇଁ ଆଡ୍‌ମିଟ୍‌ କାର୍ଡ ସହ ପରିଚୟ ପତ୍ର ନେବାକୁ ପଡ଼ିବ। ସୂଚନାଯୋଗ୍ୟ, ଦେଶର ୨୩ଟି ଆଇଆଇଟିରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।

Share