ଆଜି ଦିଲ୍ଲୀରେ ରିସେପ୍‌ଶନ ପାର୍ଟି ଦେବେ କିଆରା-ସିଦ୍ଧାର୍ଥ

ମୁମ୍ବାଇ: ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ପରେ ଉଭୟ ଦମ୍ପତି ଦିଲ୍ଲୀ ଫେରିଛନ୍ତି। ସିଦ୍ଧାର୍ଥଙ୍କ ପରିବାର ଲୋକେ ଦମ୍ପତିକୁ ସ୍ବାଗତ କରି ଘରକୁ ନେଇଛନ୍ତି। ତେବେ ସିଦ୍ଧାର୍ଥ ଏବଂ କିଆରା ଗୁରୁବାର ଦିଲ୍ଲୀରେ ସେମାନଙ୍କର ବିବାହର ପ୍ରଥମ ରିସେପ୍‌ଶନ ପାର୍ଟି ଦେବାକୁ ଯାଉଛନ୍ତି। ଯାହାକୁ ନେଇ ପ୍ରସ୍ତୁତି ଜୋରଦାର କରାଯାଉଛି। କିଆରା-ସିଦ୍ଧାର୍ଥ ଦୁଇଥର ରିସେପ୍‌ଶନ ପାର୍ଟି ଦେବେ। ପ୍ରଥମେ ଦିଲ୍ଲୀ ଏବଂ ଦ୍ୱିତୀୟରେ ମୁମ୍ବାଇରେ ହେବ ବୋଲି କୁହାଯାଉଛି।

ଫେବୃୟାରୀ ୭ରେ କିଆରା-ସିଦ୍ଧାର୍ଥ ରାଜସ୍ଥାନର ଜୈସଲମେର ସୂର୍ଯ୍ୟଗଡ ପ୍ୟାଲେସ୍‌ରେ ରାଜକୀୟ ଢଙ୍ଗରେ ବିବାହ କରିଥିଲେ। ଏହାପରେ ୮ ତାରିଖରେ ଦିଲ୍ଲୀ ଫେରିଥିଲେ।

Share