Categories: ଜାତୀୟ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସନ୍ଧ୍ୟା ସୁଦ୍ଧା ପ୍ରଚାର ଶେଷ

ନୂଆଦିଲ୍ଲୀ,୨୭।୪: ଆସନ୍ତା ସୋମବାର ଅର୍ଥାତ୍‌ ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ଅନୁଷ୍ଠିତ ହେବ। ସେଥିଲାଗି ଶନିବାର ସନ୍ଧ୍ୟା ସୁଦ୍ଧା ପ୍ରଚାର କାମ ସମାପ୍ତ କରାଯିବ। ଏହି ପର୍ଯ୍ୟାୟରେ ୯ ରାଜ୍ୟର ୭୧ଟି ଲୋକ ସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ଏହି ପର୍ଯ୍ୟାୟରେ କହ୍ନେୟା କୁମାର, ଡିମ୍ପଲ ଯାଦବ, ଗିରିରାଜ ସିଂ, ଉର୍ମିଳା ମାତୋଣ୍ଡକର, ଉପେନ୍ଦ୍ର କୁଶାଓ୍ବାହଙ୍କ ଭଳି କେତେଜଣ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ। ଏହି ପର୍ଯ୍ୟାୟରେ ଓଡ଼ିଶାର ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଆସନ ପାଇଁ ମତଦାନ କରାଯିବ।

Share