Advertisement

ଆଜି ଆସିବ ମାଟ୍ରିକ, ଯୁକ୍ତ୨ ପରୀକ୍ଷା ଫଳ; ଜାଣନ୍ତୁ କେଉଁଠି ଏବଂ କିଭଳି ଜାଣିବେ ରେଜଲ୍ଟ…

ଭୁବନେଶ୍ୱର, ୨୬।୫(ଅସମାପିକା ସାହୁ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇବ। ମାଟ୍ରିକ୍‌ ଫଳ ପୂର୍ବାହ୍ନ ସାଢ଼େ ୧୦ଟାରେ ବୋର୍ଡ କାର୍ଯ୍ୟାଳୟରେ ଘୋଷଣା କରାଯିବ। ପୂର୍ବାହ୍ନ ସାଢ଼େ ୧୧ଟାରେ ବୋର୍ଡ ଓ୍ବେବ୍‌ସାଇଟ www.bseodisha.ac.inରେ ଫଳ ଉପଲବ୍ଧ ହେବ।

ଛାତ୍ରୀଛାତ୍ର ବୋର୍ଡ ଓ୍ବେବ୍‌ସାଇଟ୍‌, ମୋବାଇଲ ଏସ୍‌ଏମ୍‌ଏସ୍‌ ସହ ପ୍ରଥମଥର ପାଇଁ ହ୍ବାଟ୍‌ସଆପ୍‌ ଜରିଆରେ ପରୀକ୍ଷାଫଳ ଜାଣିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଯୁକ୍ତ୨ ପରୀକ୍ଷା ଫଳ ପରିଷଦ କାର୍ଯ୍ୟାଳୟରେ ଅପରାହ୍ନ ୩ଟାରେ ଘୋଷଣା କରାଯିବ। ଛାତ୍ରୀଛାତ୍ରମାନେ www.orissaresults.nic.in ଓ୍ବେବ୍‌ସାଇଟରେ ରେଜଲ୍ଟ ଦେଖିପାରିବେ। ଏଥର ପ୍ରଥମଥର ପାଇଁ ଗୋଟିଏ ଦିନରେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟର ରେଜଲ୍ଟ ପ୍ରକାଶ ପାଇବ।

ସୂଚନାଯୋଗ୍ୟ, ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ ଛାତ୍ରୀଛାତ୍ର ଯୁକ୍ତ୨ ପରୀକ୍ଷା ଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share