ଆଜି ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ବର,୧୮।୧୧: ଶନିବାର ମନ୍ତ୍ରୀ ପରିଷଦ ବୈଠକ । ସନ୍ଧ୍ୟା ୫ ଟାରେ ଏହି ବୈଠକ ବସିବ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହୋର ବାଜିପାରେ । କିଛି ନୂଆ ଯୋଜନା କାର୍ଯ୍ୟକରୀ ଉପରେ ମଧ୍ୟ ଆଲୋଚନା ହୋଇପାରେ । ବିଧାନସଭା ଅଧିବେଶନ ପୂର୍ବରୁ ଏହି ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ ।

Share