Advertisement

ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ,୧୧।୧: ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିବେ। ଆସନ୍ତା ୧୬ ତାରିଖରେ ହେବାକୁ ଥିବା ଟିକାକରଣକୁ ନେଇ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଭର୍ଚୁଆଲ ବୈଠକ ଅନୁଷ୍ଠିତ ହେବ। ଅପରାହ୍ନ ୪ଟାରେ ଏହି ଆଲୋଚନା ହେବ ବୋଲି ଜଣାପଡ଼ିଛି।

ସମଗ୍ର ଦେଶରେ କରୋନା ଟିକାକରଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ପୂର୍ବରୁ ଡ୍ରାଏ ରନ୍‌ ବି ସରିଛି। ଆସନ୍ତା ୧୬ ତାରିଖରୁ ଏହି ଟିକାକରଣ ଆରମ୍ଭ ହେବ। ଏଥିପାଇଁ ଆମ ଦେଶରେ ୫ ହଜାର ଟିକାକରଣ କେନ୍ଦ୍ର ଖୋଲାଯାଇଛି। ପ୍ରତି କେନ୍ଦ୍ରରେ ୧୦୦ ଜଣ ଲେଖାଏ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ।

ରାଜ୍ୟରେ ଟିକା ପହଞ୍ଚିବା ଟିକାକରଣର ବ୍ୟବସ୍ଥା କିପରି କରାଯିବ ଏବଂ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କ’ଣ କ’ଣ ବ୍ୟବସ୍ଥା କରାଯାଇଛି ଏନେଇ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share