ଆଜି ପୁଣି ବଢିଲା ପେଟ୍ରୋଲ,ଡିଜେଲ ଦାମ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୩(ବ୍ୟୁରୋ): ଆଜି ପୁଣି ବଢିଲା ପେଟ୍ରୋଲ,ଡିଜେଲ ଦାମ୍‌। ଲିଟର ପିଛା ୭୫ରୁ ୯୫ ପଇସା ପର୍ଯ୍ୟନ୍ତ ବଢିଲା ଦାମ୍‌। ଦିଲ୍ଲୀରେ ୮୦ ଏବଂ ମୁମ୍ବାଇରେ ୮୫ ପଇସା ବଢିଥିବା ବେଳେ ଚେନ୍ନାଇରେ ପେଟ୍ରୋଲ ୭୫ ଓ ଡିଜେଲ ୭୬ ପଇସା ବୃଦ୍ଧି ପାଇଛି। ସେହିପରି କୋଲକାତାରେ ପ୍ରେଟ୍ରୋଲ ୮୩ ଓ ଡିଜେଲ ୮୦ ପଇସା ବଢିଛି। ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ୯୫ ଓ ଡିଜେଲ ୯୧ ପଇସା ବୃଦ୍ଧି ପାଇଛି।

Share