ଭୁବନେଶ୍ୱର,୧୨।୮(ବ୍ୟୁରୋ): ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାଫଳ ବୁଧବାର ମଧ୍ୟାହ୍ନ ୧୨.୩୦ ମିନିଟରେ ପ୍ରକାଶ ପାଇବ। ଏନେଇ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୋମବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ରାଜ୍ୟରେ ପ୍ରାୟ ୩ ଲକ୍ଷ ଛାତ୍ରୀଛାତ୍ର ଯୁକ୍ତ ୨ ପରୀକ୍ଷା ଦେଇଛନ୍ତି। ଏଥର ରାଜ୍ୟରେ ମୋଟ ୯୫ ହଜାର ଛାତ୍ରୀଛାତ୍ର ବିଜ୍ଞାନରେ ପରୀକ୍ଷା ଦେଇଛନ୍ତି। ଏହି ଛାତ୍ରୀଛାତ୍ରମାନେ www.orissaresults.nic.in ଓ୍ବେବ୍ସାଇଟରୁ ନିଜର ରେଜଲ୍ଟ ସମ୍ପର୍କରେ ଜାଣିପାରିବେ। ଏହାସହ ଚଳିତ ମାସ ତୃତୀୟ ସପ୍ତାହରେ ବାଣିଜ୍ୟ ଏବଂ ଶେଷ ସପ୍ତାହରେ କଳା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ଦାଶ ସୂଚନା ଦେଇଛନ୍ତି।