ଆଜି ରେକର୍ଡ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ: କେଉଁ ଜିଲାରୁ କେତେ…

ଭୁବନେଶ୍ୱର,୯।୮(ବ୍ୟୁରୋ)-ରାଜ୍ୟରେ ରବିବାର ରେକର୍ଡ ସଂଖ୍ୟକ ୧୫୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୧୫୪୩ କରୋନା ଆକ୍ରାନ୍ତଙ୍କ ଭିତରୁ ଗଞ୍ଜାମରୁ ସର୍ବାଧିକ ୪୦୨ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୧୦, କଟକରୁ ୧୩୧, କୋରାପୁଟରୁ ୧୨୮, ଗଜପତିରୁ ୧୧୧, ବାଲେଶ୍ୱରରୁ ୮୩, ଯାଜପୁରରୁ ୫୮, ସମ୍ବଲପୁର୪୯, ମାଲକାନଗିରିରୁ ୪୭, କନ୍ଧମାଳରୁ ୪୬, ରାୟଗଡ଼ାରୁ ୩୫, ନୟାଗଡ଼ରୁ ୩୩, ଭଦ୍ରକରୁ ୩୧, ଜଗତସିଂହପୁରରୁ ୨୭, କଳାହାଣ୍ଡିରୁ ୨୫, କେନ୍ଦୁଝରରୁ ୨୩, ଢେଙ୍କାନାଳରୁ ୨୧, ନବରଙ୍ଗପୁରରୁ ୧୫, ମୟୂରଭଞ୍ଜରୁ ୧୫, ପୁରୀରୁ ୧୪, ବଲାଙ୍ଗୀରରୁ ୧୦, କେନ୍ଦ୍ରାପଡ଼ାରୁ ୧୦, ସୋନପୁରରୁ ୭, ଝାରସୁଗୁଡ଼ାରୁ ୫, ସୁନ୍ଦରଗଡରୁ ୪, ବରଗଡରୁ ୨ ଓ ଅନୁଗୋଳରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ୩୧୭୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Share