ଆଜି ମନ୍ତ୍ରୀ ପରିଷଦ, କ୍ୟାବିନେଟ୍‌

ଭୁବନେଶ୍ୱର,୯।୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ମଙ୍ଗଳବାର ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଅପରାହ୍ନ ୫ଟା ୩୦ ମିନିଟ୍‌ରେ ମନ୍ତ୍ରୀ ପରିଷଦ ବୈଠକ ବସିବ। ଆସନ୍ତା ୧୮ରେ ବିଧାନସଭାର ବଜେଟ ଅଧିବେଶନ ଥିବାରୁ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସରକାର ଆଣିବାକୁ ସ୍ଥିର କରିଛନ୍ତି। ତେଣୁ ମନ୍ତ୍ରୀ ପରିଷଦରେ ସରକାର ବଜେଟ ଚିଠା ପ୍ରସ୍ତାବ ଆଗତ କରିପାରନ୍ତି। ଏହାପରେ ତାହା କ୍ୟାବିନେଟ୍‌ରେ ପାରିତ ହେବ ବୋଲି ଜଣାପଡିଛି। ତେବେ କ୍ୟାବିନେଟ୍‌ରେ ଆଉ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିବା ନେଇ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ପୂର୍ତ୍ତ ବିଭାଗର ସର୍ବାଧିକ ଦୁଇଟି ପ୍ରସ୍ତାବ ଥିବାବେଳେ କୃଷି, ଅର୍ଥ, ପଞ୍ଚାୟତିରାଜ ବିଭାଗର କେତେକ ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ସମ୍ଭାବନା ରହିଛି। ଅନ୍ୟପଟେ ଚଳିତ ଥର ମଧ୍ୟ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏଥିରେ ଯୋଗଦେବେ।

Share