ଆଜି ୟୁଜିସି-ଏନ୍‌ଇଟି:୮୩ ବିଷୟରେ ହେବ ପରୀକ୍ଷା

ଭୁବନେଶ୍ୱର,୧୮ା୬(ଅସମାପିକା ସାହୁ):ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ୟୁଜିସି-ଏନ୍‌ଇଟି ମଙ୍ଗଳବାର ଅନୁଷ୍ଠିତ ହେବ। ୮୩ଟି ବିଷୟରେ ପରୀକ୍ଷା ହେବ। ପ୍ରଥମ ସିଫ୍ଟରେ ୪୨ଟି ବିଷୟରେ ପରୀକ୍ଷା ହେବାକୁ ଥିବା ବେଳେ ଦ୍ୱିତୀୟ ସିଫ୍ଟରେ ୪୧ଟି ବିଷୟରେ ପରୀକ୍ଷା ଦେବେ ଛାତ୍ରୀଛାତ୍ର। ପ୍ରଥମ ସିଫ୍ଟ ସକାଳ ୯ଟା ୩୦ରୁ ଅପରାହ୍ନ ୧୨ଟା ୩୦ ଏବଂ ଦ୍ୱିତୀୟ ସିଫ୍ଟ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ୟୁଜିସି-ଏନ୍‌ଇଟି ବର୍ଷକୁ ଦୁଇଥର ଅର୍ଥାତ୍‌ ଜୁନ୍‌ ଓ ଡିସେମ୍ବରରେ ହୋଇଥାଏ।

Share