CORONAVIRUS UPDATE: ଆଜି ୨୨,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୧,୫୯୪ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୪ା୭(ବ୍ୟୁରୋ) : ଶୁକ୍ରବାର ୨୮ଟି ଜିଲାରୁ ସର୍ବାଧିକ ୧,୫୯୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟ ୨୨,୬୯୩କୁ ବୃଦ୍ଧି ପାଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରୁ ୧୦୬୭ କ୍ୱାରାଣ୍ଟାଇନ୍‌ରୁ ଏବଂ ୫୨୭ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି।
ଗଞ୍ଜାମରୁ ଆଜି ସର୍ବାଧିକ ୭୩୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୨୦ ଏବଂ କଟକରୁ ୧୩୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୧୦, ବାଲେଶ୍ୱର ୨୨, ବରଗଡ଼ ୮, ଭଦ୍ରକ ୬୦, ବଲାଙ୍ଗୀର ୬, ବୌଦ୍ଧ ୪୧, ଢେଙ୍କାନାଳ ୨, ଗଜପତି ୩, ଜଗତସିଂହପୁର ୩, ଯାଜପୁର ୫, ଝାରସୁଗୁଡ଼ା ୮, କଳାହାଣ୍ଡି ୧, କନ୍ଧମାଳ ୧୭, କେନ୍ଦ୍ରାପଡ଼ା ୯, କେନ୍ଦୁଝର ୨୦, କୋରାପୁଟ ୩୩, ମାଲକାନଗିରି ୯, ମୟୂରଭଞ୍ଜ ୩୨, ନବରଙ୍ଗପୁର ୩, ନୟାଗଡ଼ ୧୦, ନୂଆପଡ଼ା ୧, ପୁରୀ ୩୦, ସମ୍ବଲପୁର ୧୩, ସୋନପୁର ୪ ଏବଂ ସୁନ୍ଦରଗଡ଼ରୁ ୫୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨,୬୯୩ରେ ପହଞ୍ଚିଥିବା ବେଳେ ୧୪,୩୯୨ ଜଣ ସୁସ୍ଥ ହୋଇଛନ୍ତି। ୮,୧୪୮ ଜଣ ଚିକିତ୍ସିତ ହେଉଛନ୍ତି।

Share