ବାରିପଦା ଅଫିସ,୨।୭: ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥ ଟଣା ହେବ । କରୋନା ପାଇଁ ଦୁଇ ବର୍ଷ ଧରି ରଥଯାତ୍ରା ବନ୍ଦ ଥିବା ବେଳେ ଚଳିତବର୍ଷ ଭକ୍ତ ଭଗବାନ ଏକାଠି ହୋଇଛନ୍ତି। ପରମ୍ପରା ଅନୁଯାୟୀ ଶୁକ୍ରବାର ଏଠାରେ ଛେରା ପହଁରା ପରେ ଚତୁର୍ଦ୍ଧାମୂର୍ତ୍ତି ରଥ ଉପରେ ବିଜେ କରିଛନ୍ତି।
ମହାପ୍ରଭୁଙ୍କ ପହଣ୍ଡି ବିଜେ କାର୍ଯ୍ୟକ୍ରମ ବିଳମ୍ବରେ ଆରମ୍ଭ ହୋଇଥିଲା ।ଅପରାହ୍ନ ୫ଟା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୋଟି ପହଣ୍ଡି ଆରମ୍ଭ ହୋଇ ରାତି ୮ଟା ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରଥାରୁଢ ହୋଇଥିଲେ । ଏହାପରେ ମା ଅମ୍ବିକାଙ୍କ ଠାରୁ ଆଜ୍ଞାମାଳ ନେଇ ଦାସୀ ତିନି ରଥ ପରିକ୍ରମା କରିଥିଲେ। ଶୁକ୍ରବାର ରଥ ଉପରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମହାପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ।