ଆଜି ରାଜ୍ୟ କ୍ୟାବିନେଟ୍‌

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଭିଡିଓ କନ୍‌ଫରେନ୍ସ ଜରିଆରେ ଅପରାହ୍ନ ୫ଟା ୩୦ ମିନିଟ୍‌ରେ ବସିବାକୁ ଥିବା ବୈଠକରେ ୮ଟି ଏଜେଣ୍ଡା ଉପରେ ମୋହର ବାଜିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ସାଧାରଣ ପ୍ରଶାସନ ବିଭାଗର ୨ଟି ପ୍ରସ୍ତାବ, ପୂର୍ତ୍ତ, ସ୍ବାସ୍ଥ୍ୟ, ଆଇନ ଏବଂ ରାଜସ୍ବ ବିଭାଗର ଗୋଟିଏ ଲେଖାଏ ପ୍ରସ୍ତାବକୁ କ୍ୟାବିନେଟ୍‌ରେ ଅନୁମୋଦନ ମିଳିବ ବୋଲି କୁହାଯାଉଛି। ସେହିପରି ପଞ୍ଚାୟତିରାଜ ବିଭାଗର ୨ଟି ପ୍ରସ୍ତାବ ରହିଥିବା ସୂତ୍ରରୁ ଜଣାପଡିଛି। ଯେଉଁ ମନ୍ତ୍ରୀମାନେ ବାହାରେ ଥିବେ ସେମାନେ ଜିଲା ମୁଖ୍ୟାଳୟରୁ ଭିଡିଓ କନ୍‌ଫରେନ୍ସ ଜରିଆରେ ଯୋଗଦେବେ।

Share