ରାଜ୍ୟରେ ଆଜି ରେକର୍ଡ: ୮୬୮୧ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ଶୁକ୍ରବାର ରାଜ୍ୟରେ ୮,୬୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ, ଲଗାତାର କିଛି ଦିନ ଧରି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧,୪୦୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିର ଜିଲାରୁ ୪୫୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ାରୁ ୩୦୪, ସୁନ୍ଦରଗଡ଼ରୁ ୭୪୫, ଝାରସୁଗୁଡ଼ାରୁ ୪୧୧, ବରଗଡ଼ରୁ ୪୨୩, କଳାହାଣ୍ଡି ଜିଲାରୁ ୧୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କେନ୍ଦୁଝର ଜିଲାରୁ ୧୬୦, ଅନୁଗୋଳ ଜିଲାରୁ ୩୨୫, ପୁରୀରୁ ୫୧୪, ଗଞ୍ଜାମରୁ ୧୯୮, ନବରଙ୍ଗପୁରରୁ ୩୬୮, କଟକରୁ ୫୭୦, ସମ୍ବଲପୁରରୁ ୪୧୦, ମୟୂରଭଞ୍ଜରୁ ୨୨୦, ନୟାଗଡ଼ରୁ ୧୬୦, ଯାଜପୁରରୁ ୩୨୧, ରାୟଗଡ଼ାରୁ ୧୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଜପତି ଜିଲାରୁ ୧୨୫, କୋରାପୁଟ ଜିଲାରୁ ୧୧୩, ସୁବର୍ଣ୍ଣପୁରରୁ ୯୮, କେନ୍ଦ୍ରପଡାରୁ ୮୫, ଭଦ୍ରକରୁ ୧୦୨, ଦେବଗଡରୁ ୧୦୨ ଷ୍ଟେଟ ପୁଲ- ୨୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୪ ହଜାର ୧୯୪କୁ ବୃଦ୍ଧି ପାଇଛି। ଆକ୍ଟିଭ ୬୧,୬୯୮ ଥିବା ବେଳେ ସୁସ୍ଥ ହେଲେଣି ୩ ଲକ୍ଷ ୭୮୦ ହଜାର ୪୦୦। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

 

Share