ଆଜି ଦଳୀୟ ପାର୍ଥିନୀଙ୍କ ସହ ମିଶି ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ

ଝାରସୁଗୁଡ଼ା ଅଫିସ,୨୪।୫: ଆସନ୍ତା ୩୧ରେ ବ୍ରଜରାଜନଗର ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଚାର ଜୋରଦାର ହେଉଛି। ଅନେକ ହେଭିଓ୍ବେଟ୍‌ ନେତା ମଧ୍ୟ ନିଜ ଦଳୀୟ ପ୍ରାର୍ଥୀଙ୍କ ସହ ମିଶି ପ୍ରଚାର କରୁଛନ୍ତି। ତେବେ ମଙ୍ଗଳବାର ଦଳୀୟ ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କ ପାଇଁ ପ୍ରଚାର କରିବେକେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ। ରାମ୍ପେଲା, ବାଗମୁଣ୍ଡା, ପଞ୍ଚ ଗାଁ, କନକ ତୋରା, ବେଲପାହାଡ଼, ବ୍ରଜରାଜନଗର ସମେତ ବିଭିନ୍ନ ସ୍ଥାନରେ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବେ। ସେହିପରି କନକ ତୋରାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବା ସହ ଦଳୀୟ ପ୍ରାର୍ଥିନୀଙ୍କ ସହ ନିର୍ବାଚନୀ ରୋଡ ଶୋ’ ଓ ଶୋଭାଯାତ୍ରାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

Share