ପଥକୁ ଓହ୍ଲାଇବେ ଦାରୁଦିଅଁ

ପୁରୀ ୭ା୭(ଅଜିତ୍‌ କୁମାର ମହାନ୍ତି)ରବିବାର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏହି ଦିବସରେ ଅର୍ଥାତ୍‌ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଦାରୁଦିଅଁ ଶ୍ରୀମନ୍ଦିର ରତ୍ନବେଦି ଛାଡ଼ି ପଥ(ବଡ଼ଦାଣ୍ଡ)କୁ ଓହ୍ଲାଇବେ। ରଥରେ ଯିବେ ଶ୍ରୀଗୁଣ୍ଡିଚା ମନ୍ଦିର। ଏଥିପାଇଁ ୩ ରଥ ନନ୍ଦିଘୋଷ, ଦେବଦଳନ ଏବଂ ତାଳଧ୍ୱଜ ସିଂହଦ୍ୱାର ସମ୍ମୁଖରେ ସଜେଇ ହୋଇରହିଥିବାବେଳେ ପଥ ମଧ୍ୟ ପ୍ରସ୍ତୁତ ହୋଇରହିଛି। ଚତୁର୍ଦ୍ଧା ବିଗ୍ରହଙ୍କ ଗୁଣ୍ଡିଚାଯାତ୍ରା ଭଳି ଦିବ୍ୟ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ଅଗଣିତ ଭକ୍ତ ଅପେକ୍ଷା କରି ରହିଛନ୍ତି। ଏଥିପାଇଁ ଶନିବାରଠାରୁ ଶ୍ରୀକ୍ଷେତ୍ର ହୋଇପଡ଼ିଛି ଜଗନ୍ନାଥମୟ।
ଘୋଷଯାତ୍ରାର ଅବ୍ୟବହିତ ପୂର୍ବରୁ ଶନିବାର ପ୍ରତିପଦା ତିଥିରେ ଶ୍ରୀମନ୍ଦିରରେ ସକାଳଧୂପ ଶେଷ ହେବାପରେ ରଥଖଳାକୁ ଆଜ୍ଞାମାଳ ବିଜେ ହୋଇଥିଲା। ୩ ଜଣ ପୂଜାପଣ୍ଡା ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଆଣିଥିଲେ। ଏହାପରେ ଘଣ୍ଟ ଛତା କାହାଳୀ ସହ ପୂଜାପଣ୍ଡା ସାମନ୍ତ ରଥଖଳାକୁ ଆଜ୍ଞାମାଳା ବିଜେ କରିଥିଲେ। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ରଥରେ, ଦ୍ୱିତୀୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ଶେଷରେ ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ଆଜ୍ଞାମାଳ ବିଜେ କରାଯାଇଥିଲା। ଏହାପରେ ଭୋଇ ସେବକମାନେ ରଥରେ ଦଉଡି଼ ସଂଯୋଗ କରିଥିଲେ। ବିଜେ କାହାଳୀ ଦିଆଯିବା ପରେ ପରମ୍ପରା ଅନୁଯାୟୀ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଟଣାଯାଇଥିଲା। ପରେ ଦେବଦଳନ ରଥ ଏବଂ ଶେଷରେ ତାଳଧ୍ୱଜ ରଥକୁ ଟଣାଯାଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚାଯାଇଥିଲା। ସିଂହଦ୍ୱାର ସମ୍ମୁଖରେ ଲାଗିବା ପରେ ତିନି ରଥକୁ ପୋଲିସ ପକ୍ଷରୁ ଲୁହା ବ୍ୟାରିକେଡ୍‌ ଦ୍ୱାରା ଆବଦ୍ଧ କରାଯାଇଥିଲା। ଅପରପକ୍ଷରେ ତିଥି କ୍ଷୟ ଯାଉଥିବାରୁ ଚଳିତ ବର୍ଷ ରଥଯାତ୍ରା ଦିନ ହିଁ ନବଯୌବନ ଓ ନେତ୍ରୋତ୍ସବ ପଡୁଛି। ତେଣୁ ଭକ୍ତମାନେ ମହାପ୍ରଭୁଙ୍କର ନବଯୌବନ ଦର୍ଶନରୁ ବଞ୍ଚତ୍ତ ହୋଇଛନ୍ତି। ରବିବାର ରଥ ଉପରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ସହ ରଥଟାଣି ନିଜକୁ ଧନ୍ୟ ମନେକରିବେ। ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଜିଲା ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ରତି ବ୍ଲକରେ ହେବ…

ଭୁବନେଶ୍ୱର,୫।୧୦: ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓଙ୍କ ବଡ଼ ସୂଚନା। ପ୍ରତି ବ୍ଲକରେ ହେବ ଶୀତଳ ଭଣ୍ଡାର। ଆଗାମୀ ୫ ବର୍ଷରେ ପ୍ରତି ବ୍ଲକରେ ହେବ ଶୀତଳ...

ଉଠା ଦୋକାନୀଙ୍କୁ ଉଚ୍ଛେଦ ମସୁଧା

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ସମ୍ମିଳନୀ କକ୍ଷରେ ଶନିବାର ଜିଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ...

ଦଳିଦେବା ପରେ ମୃତଦେହକୁ ଜଗିରହିଲା ଦନ୍ତା: କାରଣ ଜାଣିଲେ…

ଦେବଗଡ଼,୫।୧୦(ଶଶାଙ୍କ ଶେଖର ଝାଙ୍କର) ଶୌଚ ପାଇଁ ଯାଇଥିବା ବେଳେ ଦଳି ଦେଲା ଦନ୍ତା । ଘଟଣାସ୍ଥଳରେ ହିଁ ଚାଲିଗଲା ବ୍ୟକ୍ତିଙ୍କ ଜୀବନ। ଦେବଗଡ଼ ବନଖଣ୍ଡ ରିଆମାଳ...

ସରପଞ୍ଚଙ୍କ ନାମରେ ଆସିଥିବା ଅଭିଯୋଗକୁ ଖଣ୍ଡନ କଲେ ୱାର୍ଡମେମ୍ବର

ଭବାନୀପାଟଣା,୫।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅଧୀନ ଅର୍ତ୍ତଲ ପଞ୍ଚାୟତର ସରପଞ୍ଚଙ୍କ ନାମରେ ଆସିଥିବା ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା ବୋଲି...

ଅଗ୍ନିବୀର ନିଯୁକ୍ତି ପାଇଁ ବଡ଼ ପ୍ରସ୍ତୁତି: ଡିସେମ୍ବର ୬ରୁ…

ରାଉରକେଲା,୫।୧୦(ବିପ୍ଳବ ରଞ୍ଜନ ଦାଶ): ଭାରତୀୟ ସେନା ପାଇଁ ହେବାକୁ ଥିବା ଅଗ୍ନିବୀର ନିଯୁକ୍ତି ମେଳା ଆୟୋଜନ ନେଇ ଏକ ଜିଲା ପ୍ରଶାସନ ସ୍ତରୀୟ ପ୍ରସ୍ତୁତି ବୈଠକ...

ମହିଳା ସଂଘ ଟଙ୍କା ଆତ୍ମସାତ ମାମଲା: ବ୍ୟାଙ୍କ ପିଅନଙ୍କୁ ଦୁଇ ବର୍ଷ ଜେଲ

ପୁରୁଷୋତ୍ତମପୁର,୫।୧୦(ସିମାଞ୍ଚଳ ମିଶ୍ର): ମହିଳା ସଂଘର ଜମାଟଙ୍କା ଆତ୍ମସାତ ମାମଲାର ଶନିବାର ରାୟ ପ୍ରକାଶ ପାଇଛି। ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ...

ପୁଣି ବିଜେଡିକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ, କହିଲେ ଏଥର ଫାଇଭ ଟି…

ଭୁବନେଶ୍ୱର,୫।୧୦: ଫାଇଭ ଟି ରୂପାନ୍ତରିତ ସ୍କୁଲ ଯୋଜନାକୁ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶିକ୍ଷକ ନିଯୁକ୍ତିପତ୍ର ବଣ୍ଟନ ସମାରୋହରେ ମୁଖ୍ୟମନ୍ତ୍ରୀ ଫାଇଭ...

ପାର୍ବଣରେ ଗଡ଼ିବନି ବସ୍‌

ଭୁବନେଶ୍ୱର,୫।୧୦: ପୂଜାରେ ଗଡ଼ିବନି ବସ୍‌। ଆଗାମୀ ୭ ତାରିଖ ସନ୍ଧ୍ୟା ଠାରୁ ୮ ତାରିଖ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri