ରାଜ୍ୟରେ ଆଜି ୧୧,୦୫୯ ସଂକ୍ରମିତ ଚିହ୍ନଟ:କଟକରୁ ସର୍ବାଧିକ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ସୋମବାର ରାଜ୍ୟରେ ୧୧,୦୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୧୯୩ ଜଣ କ୍ୱାରାଣ୍ଟାଇନ୍‌ରେ ଥିଲେ। ବାକି ୪୮୬୬ ଟି ହେଉଛି ଲୋକାଲ କେସ। ଆଜି କଟକ ଜିଲାରୁ ସର୍ବାଧିକ ୧୧୩୩ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରୁ ୧୦୧୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅନୁଗୋଳ ଜିଲାରୁ ୨୪ ଘଣ୍ଟା ମଧ୍ୟରେ ୮୫୯ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାପରେ ରହିଛି ସୁନ୍ଦରଗଡ ଜିଲା। ଏଠାରୁ ୭୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱର ୪୦୦, ବରଗଡ ୩୬୭, ବଲାଙ୍ଗୀର ୧୬୬, ବଉଦ ୨୬୧, ଦେବଗଡ ୧୦୩, ଢେଙ୍କାନାଳ ୩୫୧, ଗଜପତି ୬୭, ଗଞ୍ଜାମ ୧୫୫ ଏବଂ ଜଗତସିଂହପୁରରୁ ୩୩୦ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଯାଜପୁରରୁ ୫୬୪, ଝାରସୁଗୁଡା ୨୨୮, କଳାହାଣ୍ଡି ୪୦୭, କନ୍ଧମାଳ ୧୦୩, କେନ୍ଦ୍ରାପଡା ୩୦୯, କେନ୍ଦୁଝର ୨୦୦, ଖୋର୍ଦ୍ଧା ଜିଲାରୁ ୧୦୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମୟରେ କୋରାପୁଟରୁ ୧୭୫, ମାଲକାନଗିରି ୯୮, ମୟୁରଭଞ୍ଜ ୬୬୨, ନବରଙ୍ଗପୁର ୩୨୨, ନୟାଗଡ ୨୪୬, ନୂଆପଡା ୪୪, ପୁରୀ ୪୩୦, ରାୟଗଡା ୧୭୭, ସମ୍ବଳପୁର ୩୭୯, ସୋନପୁର ୨୦୪ ଏବଂ ଷ୍ଟେଟପୁଲରୁ ୨୦୩ ଜଣ ନୂଆ ଆକ୍ରାନ୍ତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩ ହଜାର ୪୪୧କୁ ବୃଦ୍ଧି ପାଇଛି। ଆକ୍ଟିଭ ୧ ଲକ୍ଷ ୧୧ ହଜାର ୨୬୨ ଜଣ ଥିବା ବେଳେ ସୁସ୍ଥ ହେଲେଣି ୫ ଲକ୍ଷ ୮୯ ହଜାର ୨୬୨ଜଣ। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

 

Share