ଆଜି ରାଜ୍ୟରେ ପୁଣି ୨୬୦୪ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ରାଜ୍ୟରେ ପୁଣି ୨୬୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫୧୧ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୦୯୩ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୫୯ ହଜାର ୫୪୧ରେ ପହଞ୍ଚିଛି। ବୁଧବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୮୫ଜଣ ଥିବା ଜଣାପଡିଛି। ସେହିପରି କଟକ ୨୦୯, ମୟୁରଭଞ୍ଜ ୧୨୨, ବରଗଡ ୯୦, ଭଦ୍ରକ ୫୦, ବାଲେଶ୍ୱର ୧୬୪, ଯାଜପୁର ୧୧୩, ରାୟଗଡାରୁ ୨୧, ନବରଙ୍ଗପୁର ୬୦, କେନ୍ଦ୍ରାପଡା ୭୦, କୋରାପୁଟ ୩୧, ଜଗତସିଂହପୁର ୮୪, ଢେଙ୍କାନାଳରୁ ୩୩, ଝାରସୁଗୁଡା ୫୭, ଅନୁଗୋଳ ୨୧୬, ନୂଆପଡା ୯୫, ସମ୍ବଲପୁର ୪୯, ସୁନ୍ଦରଗଡ ୧୮୬, ସୋନପୁର ୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

Share