ରାଜ୍ୟରେ ଆଜି ୭,୨୧୬ ସଂକ୍ରମିତ ଚିହ୍ନଟ: କଟକରୁ ସର୍ବାଧିକ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ ଦୁଇଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୭,୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୪୦୪୧ ଜଣ କ୍ୱାରାଣ୍ଟାଇନ୍‌ରେ ଥିଲେ। ବାକି ୩୧୭୫ ଟି ହେଉଛି ଲୋକାଲ କେସ। ଆଜି କଟକ ଜିଲାରୁ ସର୍ବାଧିକ୧୦୯୧ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରୁ ୮୦୯ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅନୁଗୋଳ ଜିଲାରୁ ୪୦୯ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୧୫, ବରଗଢ ୩୩୧, ଭଦ୍ରକରୁ ୨୪୬, ବଲାଙ୍ଗିରରୁ ୧୩୦, ବୌଦ୍ଧରୁ ୧୪୮, ଦେବଗଡ ୬୮, ଢେଙ୍କାନାଳରୁ ୪୨୮, ଗଜପତିରୁ ୩୮, ଗଞ୍ଜାମରୁ ୧୫୦, ଜଗତସିଂହପୁରରୁ ୧୮୩, ଯାଜପୁରରୁ ୨୪୧, ଝାରସୁଗୁଡା ୬୪, କଳାହାଣ୍ଡିରେ ୧୫୦, କନ୍ଧମାଳରେ ୧୦୧, କେନ୍ଦ୍ରାପଡା ୪୮୭, କେନ୍ଦୁଝରରେ ୭୨, କୋରାପୁଟରେ ୨୨୦, ମାଲକାନଗିରିରେ ୧୩୫, ମୟୂରଭଞ୍ଜରେ ୨୭, ନବରଙ୍ଗପୁରରେ ୨୪୨, ନୟାଗଡ ୧୬୪, ନୂଆପଡା ୬୬, ପୁରୀରେ ୧୧୦, ରାୟଗଡା ୨୪୬, ସମ୍ବଲପୁରରେ ୨୪୧, ସୋନପୁରରେ ୭୪ ଓ ସୁନ୍ଦରଗଡ ୧୮୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲ୍‌ରୁ ୧୪୬ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩୯ ହଜାର ୯୫୫ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୬ ଲକ୍ଷ ୩୫ ହଜାର ୧୭୯ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ଲକ୍ଷେ ୨ ହଜାର ୭୨ ଜଣ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ୨୬୧୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Share