କମୁନି କରୋନା ଗ୍ରାଫ୍‌: ରାଜ୍ୟରେ ଆଜି ୮,୨୧୬ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୪।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ମଙ୍ଗଳବାର ରାଜ୍ୟରେ ୮,୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୪,୬୮୪ ଜଣ କ୍ୱାରାଣ୍ଟାଇନ୍‌ରେ ଥିଲେ। ବାକି ୩,୫୩୨ଟି ହେଉଛି ଲୋକାଲ କେସ। ଅପରପକ୍ଷେ, ଲଗାତାର କିଛି ଦିନ ଧରି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧,୨୭୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲାରୁ ୬୩୬ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୪୭, ପୁରୀରୁ ୪୦୨, ଅନୁଗୋଳରୁ ୩୯୪, ସମ୍ବଲପୁରରୁ ୩୮୫, ବରଗଡ଼ରୁ ୩୭୫, ଯାଜପୁରରୁ ୩୪୭, ନବରଙ୍ଗପୁରରୁ ୩୧୯, ଝାରସୁଗୁଡ଼ାରୁ ୩୧୬, ବଲାଙ୍ଗିରରୁ ୩୦୫, ବାଲେଶ୍ୱରରୁ ୩୦୨, ନୂଆପଡ଼ାରୁ ୨୬୧, ନୟାଗଡ଼ରୁ ୨୫୦, ସୁବର୍ଣ୍ଣପୁରରୁ ୨୪୮, କଳାହାଣ୍ଡିରୁ ୨୩୮ ଓ ରାୟଗଡ଼ାରୁ ୨୩୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ମୟୂରଭଞ୍ଜ ଜିଲାରୁ ୧୯୦ ଜଣ ଚିହ୍ନଟ ହୋଇଥିବା ବେଳେ କୋରାପୁଟରୁ ୧୩୩, କେନ୍ଦୁଝରରୁ ୧୨୯, ଗଜପତିରୁ ୧୨୧, ଜଗତସିଂହପୁରରୁ ୧୦୬, ବୌଦ୍ଧ, ଦେବଗଡ଼ରୁ ୯୮, କେନ୍ଦ୍ରାପଡ଼ାରୁ ୮୭, କନ୍ଧମାଳରୁ ୭୭, ଗଞ୍ଜାମରୁ ୬୯, ଭଦ୍ରକରୁ ୬୩, ଢେଙ୍କାନାଳରୁ ୪୭ ଓ ମାଲକାନଗିରିରୁ ୩୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲ୍‌ରୁ ୨୩୮ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭୯ ହଜାର ୭୫୨କୁ ବୃଦ୍ଧି ପାଇଛି। ଆକ୍ଟିଭ ୭୩,୫୪୮ ଥିବା ବେଳେ ସୁସ୍ଥ ହେଲେଣି ୪ ଲକ୍ଷ ୪ ହଜାର ୦୬୩। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

 

Share