ରାଜ୍ୟରେ ଆଜି ୯,୮୮୯ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୫।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ମଙ୍ଗଳବାର ରାଜ୍ୟରେ ୯,୮୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୫,୬୧୧ ଜଣ କ୍ୱାରାଣ୍ଟାଇନ୍‌ରେ ଥିଲେ। ବାକି ୪,୨୭୮ଟି ହେଉଛି ଲୋକାଲ କେସ। ଅପରପକ୍ଷେ, ଲଗାତାର କିଛି ଦିନ ଧରି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧,୩୩୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲାରୁ ୧୧୩୭ ଜଣ ଚିହ୍ନଟ ହୋଇଥିବା ବେଳେ କଟକ ଜିଲାରୁ ସର୍ବାଧିକ ୭୯୦ ଜଣ, ବରଗଡ଼ରୁ ୪୮୩, ସମ୍ବଲପୁରରୁ ୪୭୦, ଅନୁଗୋଳରୁ ୪୪୩, କଳାହାଣ୍ଡିରୁ ୪୧୪, ପୁରୀରୁ ୪୩୬, ଝାରସୁଗୁଡ଼ାରୁ ୩୮୬, ନୂଆପଡ଼ାରୁ ୩୩୫, ବଲାଙ୍ଗିରରୁ ୩୨୬, ଯାଜପୁରରୁ ୨୮୨, ମୟୂରଭଞ୍ଜରୁ ୨୪୩ ଓ ନୟାଗଡ଼ ଜିଲ୍ଲାରୁ ୨୨୩ ଜଣ ଚିହ୍ନଟ ହୋଇଛନ୍ତି।
ସେହିପରି କେନ୍ଦୁଝର ଜିଲାରୁ ୧୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁବର୍ଣ୍ଣପୁରରୁ ୧୫୮, ଜଗତସିଂହପୁରରୁ ୧୫୬, ବାଲେଶ୍ୱରରୁ ୧୫୧, କେନ୍ଦ୍ରାପଡ଼ାରୁ ୧୩୩, ବୌଦ୍ଧ ଓ ରାୟଗଡ଼ାରୁ ୧୨୯, ଗଜପତିରୁ ୧୧୭, କୋରାପୁଟରୁ ୯୪, ମାଲକାନଗିରିରୁ ୮୬, ଦେବଗଡ଼ରୁ ୭୫, କନ୍ଧମାଳ ଓ ଭଦ୍ରକରୁ ୫୨ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଷ୍ଟେଟ ପୁଲ୍‌ରୁ ୨୪୯ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୮୯ ହଜାର ୬୪୧କୁ ବୃଦ୍ଧି ପାଇଛି। ଆକ୍ଟିଭ ୭୭,୨୫୭ ଥିବା ବେଳେ ସୁସ୍ଥ ହେଲେଣି ୪ ଲକ୍ଷ ୧୦ ହଜାର ୨୨୭। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Share