ଆଜି ରାଜ୍ୟରେ ୧୦୦ ତଳେ କରୋନା, ଜାଣନ୍ତୁ କେଉଁ ଜିଲାରେ କେତେ କମିଲା

ଭୁବନେଶ୍ୱର,୧।୨(ବ୍ୟୁରୋ): ସୋମବାର ୧୦୦ ତଳେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଆଜି ୭୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫,୧୫୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪୭ ଜଣ ଚିହ୍ନଟ ହୋଇଥିବା ବେଳେ ୩୨ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦ ଏବଂ ବାଲେଶ୍ୱରରୁ ୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୪, ବରଗଡ଼ ୫, ବଲାଙ୍ଗୀର ୨, ବୌଦ୍ଧ ୨, କଟକ ୪, ଗଜପତି ୨, ଯାଜପୁର ୪, ଝାରସୁଗୁଡ଼ା ୩, କଳାହାଣ୍ଡି ୧, କେନ୍ଦ୍ରାପଡ଼ା ୧, ମୟୂରଭଞ୍ଜ ୨, ନୂଆପଡ଼ା ୩, ପୁରୀ ୪, ରାୟଗଡ଼ା ୧, ସମ୍ବଲପୁର ୪ ଏବଂ ସୋନପୁରରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୋଲ୍‌ ସଂଖ୍ୟା ରହିଛି ୩।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫, ୧୫୧ରେ ପହଞ୍ଚିଥିବା ବେଳେ ୩,୩୨,୧୦୩ ଜଣ ସୁସ୍ଥ ହୋଇଛନ୍ତି। ୧୦୮୯ ଜଣ ଚିକିତ୍ସିତ ହେଉଛନ୍ତି।

Share