ଶ୍ରୀକ୍ଷେତ୍ରରେ ଆଜି ପୁଣି ରଥଟଣା: ନନ୍ଦିଘୋଷ, ଦର୍ପଦଳନକୁ ଟାଣି ନେଉଛନ୍ତି ଭକ୍ତ

ପୁରୀ,୨୧।୬(ଅଜିତ୍‌ ମହାନ୍ତି): ବଡଦାଣ୍ଡରେୂ ଆଜି ପୁଣି ଗଡୁଛି ରଥ। ମହାବାହୁ ଜଗନ୍ନାଥ ଏବଂ ମା’ ସୁଭଦ୍ରା ମଙ୍ଗଳବାର ଅଧା ବାଟରେ ଅଟକି ରହିଥିଲେ। ହରିବୋଲ ହୁଳୁହୁଳି ଦେଇ ଶ୍ରଦ୍ଧାଳୁ ନନ୍ଦିଘୋଷ ଓ ଦର୍ପଦଳନକୁ ଗୁଣ୍ଡିଚାଘର ଅଭିମୁଖେ ଟାଣି ନେଉଛନ୍ତି। ଗତକାଲି ଅର୍ଥାତ୍‌ ମଙ୍ଗଳବାର ତାଳଧ୍ୱଜ ରଥ ଶରଧାବାଲିରେ ପହଞ୍ଚି ଯାଇଥିଲା। ତେବେ ଆସନ୍ତାକାଲି ଗୁରୁବାର ଚର୍ତୁଦ୍ଧାମୁରତି ଆଡପମଣ୍ଡପକୁ ବିଜେ କରିବେ। ଶ୍ରୀଜିଉଙ୍କୁ ଆସନ୍ତାକାଲି ଜନ୍ମବେଦୀରେ ଦର୍ଶନ କରି ପାରିବେ ଭକ୍ତ। ଆଡପ ମଣ୍ଡପ ବିଜେ ପରେ ଶୁକ୍ରବାର ଆଡପ ଅବଢା ବାହାରିବା ନେଇ ସୂଚନା ମିଳିଛି।

Share