ନବୀନ ନିବାସରେ ବିଜେଡି ଟିକେଟ୍‌ କସରତ: ଆଜି ମୟୁରଭଞ୍ଜ ସମେତ ଏହି ୪ ଜିଲା ଉପରେ ହେବ ସମୀକ୍ଷା

ଭୁବନେଶ୍ୱର,୨୭।୩: ନବୀନ ନିବାସରେ ବିଜେଡି ଟିକେଟ୍‌ କସରତ ଆରମ୍ଭ ହୋଇଛି । ଆଜି ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ପାଇଁ ବୈଠକ ବସିବ। ସଂସଦୀୟ କ୍ଷେତ୍ରର ସମସ୍ତ ବିଧାୟକ ଓ ପର୍ଯ୍ୟବେକ୍ଷକ ଉପସ୍ଥିତ ରହିବେ। ପୂର୍ବାହ୍ନ ୧୧ଟାରେ ମୟୁରଭଞ୍ଜ, ୧୨ଟାରେ କେନ୍ଦୁଝର ଲୋକ ସଭା ସମୀକ୍ଷା ହେବ। ସେହିପରି ଅପରାହ୍ନ ୪ଟା୩୦ରେ ବାଲେଶ୍ୱର ଏବଂ ୫ଟା୩୦ରେ ଭଦ୍ରକ ସଂସଦୀୟ କ୍ଷେତ୍ର ପାଇଁ ଉପରେ ଆଲୋଚନା ହେବ।

Share