ଗୁଡ଼ି ସହ ୩୦ ଫୁଟ ଉଚ୍ଚକୁ ଉଡ଼ିଗଲେ ୩ ବର୍ଷର ଶିଶୁକନ୍ୟା, ପରେ ଯାହା ହେଲା ଦେଖିଲେ…

‘କାଇଟ୍‌ ଫେଷ୍ଟିଭାଲ’ ସମୟରେ ଅଭାବନୀୟ ଘଟଣା। ଗୁଡ଼ି ଉଡ଼ାଇବା ବେଳେ ୩୦ ଫୁଟ ଉଚ୍ଚକୁ ଉଡିଗଲେ ୩ ବର୍ଷର ଶିଶୁକନ୍ୟା। ସୋସିଆଲ ମିଡିଆରେ ଘଟଣା ସମ୍ପର୍କିତ ଏକ ଚମକାଇବା ଭଳି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଅନେକ ହତବାକ ହୋଇଯାଉଛନ୍ତି।
ଭିଡିଓଟି ତାଇଓ୍ବାନର ହୋଇଥିବା ବେଳେ ଶିଶୁକନ୍ୟା ମଧ୍ୟ ଉତ୍ସବରେ ଗୁଡ଼ି ଉଡାଇବାକୁ ଆସିଥିଲେ। ହେଲେ ଅସାବଧାନତାବଶତଃ ଗୁଡ଼ି ସହ ଆକାଶକୁ ଉଡି ଯାଇଥିଲେ। ସହାୟତା ପାଇଁ ଚିତ୍କାର କରିଥିଲେ ହେଁ ତାହା ସମ୍ଭବପର ହୋଇପାରି ନ ଥିଲା। ହେଲେ ସୌଭାଗ୍ୟବଶତଃ ପବନର ପ୍ରବାହ କମ୍‌ ହେବା ଯୋଗୁ ସେ ତଳକୁ ଖସିଥିଲେ। ଶେଷରେ ଉପସ୍ଥିତ କିଛି ଲୋକ ତାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ତେବେ ଶିଶୁକନ୍ୟାଜଣଙ୍କ ଗୁରୁତର ଆହତ ହୋଇ ନ ଥିଲେ ହେଁ ଘଟଣାକୁ ନେଇ ସେ ସ୍ତବ୍ଧ ହୋଇଯାଇଥିବା ପରିବାରଲୋକେ କହିଛନ୍ତି। ସୋସିଆଲ ମିଡିଆରେ ଏହାର ଭିଡିଓ ଘୁରିବୁଲୁଛି।
ଆପଣ ବି ଦେଖନ୍ତୁ:
Share